ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ମହିଳା ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥତି ଖଡ଼ିଆଳ ମହିଳା ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଅଛି। ଉଦଘାଟନ ଉତ୍ସଵରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଯୋଗ ଦେଇ ମହିଳା ମାନେ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇଁ ଶିକ୍ଷା ଜରୁରି ଅଟେ। ଆତ୍ମ ସୁରକ୍ଷା ହୋଇ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରି ହେବ ବୋଲି ମତବ୍ୟକ୍ତ କରିଥିଲେ। କଲେଜ ଅଧକ୍ଷା ସୁସ୍ମିତା ପ୍ରଭା ସାମଲ ସ୍ୱଭାପତିତ୍ବ କରିଥିବା ବେଳେ କଲେଜ ଓଡ଼ିଆ ଅଧ୍ୟାପିକା କଳ୍ପଶ୍ରୀ ଆଚାର୍ଯ୍ୟ, ଚେତନା ନାୟକ, ଜ୍ୟୋସ୍ନା ସାହୁ, ମମତା ସାହୁ, ଇପ୍ସିତା ହୋତା,କ୍ରୀଡା ଅଧ୍ୟାପକ ସୁଜିତ ପାତ୍ର, ମୁଖ୍ୟ କିରାଣୀ ପନଙ୍ଗ ସିଂହ ନିନା, ଲିଲି ସାହୁ, ଚକ୍ର ଭୋଇ,ମଞ୍ଜୁଲତା ରାଉତ,ଗିରିସୂତା ଛତ୍ରୀଆ,ସୁଭାସିନୀ ସେଠି,ଜ୍ୟୋସ୍ନା ରାଣୀ ସେଠି, ଟଂକଧର ଭରାସାଗରିଆ ପ୍ରମୁଖ ସହଯୋଗ କରିଥିଲେ। ଏହି ତାଲିମ ଶିବିର ରେ ଯୁକ୍ତ ଦୁଇ କଲେଜ ର ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରି ଆତ୍ମ ସୁରକ୍ଷା ତାଲିମ ନେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭେଜିଆ ଶିବ ମନ୍ଦିର ନିକଟରେ ଓଲଟିଲା ରୁନି ନାମକ ଯାତ୍ରୀ ବାହି ବସ,୪ରୁ ଅଧିକ ଆହତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରତିଷ୍ଠାତା ଓମ୍ ପ୍ରକାଶ ଅଗ୍ରଓ୍ୱାଲ ଙ୍କ ପ୍ରତିମା ସ୍ଥାପନ

Sunil Chandra Nayak

Leave a Comment

error: Content is protected !!