ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଟାକଟାରେ ଖୋଲିଲା ଜଳଛତ୍ର 

ନଟାକଟାରେ ଖୋଲିଲା ଜଳଛତ୍ର 

ବସ୍ତା ,୭।୪(ନିପ୍ର): ବିଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।ପ୍ରଚଣ୍ଡ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି।ଏଣୁ ଜଳକଷ୍ଟର ଆବଶ୍ଯକତାକୁ ଉପଲବ୍ଧି କରି ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ ଗେଟବଜାର ଅନତି ଦୂରରେ ମା’ କେନ୍ଦୁବାସୁଳି ସେବାସମିତି ପକ୍ଷରୁ ରବିବାର ଏକ ଛଳଛତ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି।ଉଦ୍ୟୋକ୍ତା ଉମେଶ ଚନ୍ଦ୍ର ଭୂୟାଁ ଓ ଚିନ୍ମୟ ନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠୀ,ସମ୍ମାନିତ ଅତିଥି ସମିତି ସଭ୍ୟା ପ୍ରତିନିଧି ଗଣେଶ ଚାନ୍ଦ,ଅବସରପ୍ରାପ୍ତ ଶିକ୍ଷକ ଅଶ୍ବିନୀ କୁମାର ହାତୀ ଯୋଗ ଦେଇ ମିଳିତ ଭାବେ ଜଳଛତ୍ରକୁ ଉଦ୍ଘାଟନ କରିଥିଲେ।ଦିପେଶ ପାଳ,ପୂର୍ଣ୍ଣଚନ୍ଦ୍ର ସେଠୀ,ଦୀନବନ୍ଧୁ ସେଠୀ,ବେଣୁଧର ଦାସ,ବଂଶୀଧର ଦାସ,ମଧୁସୂଦନ ପଣ୍ଡିତ,ରାଜେଶ ରାଉଳ,ନିଶାନ୍ତ କୁମାର ମଣ୍ଡଳ,ନିମାଇଁ ଚରଣ ପଣ୍ଡିତ,ଭବେଶ କୁମାର ଦାସ,ଅମିତ କୁମାର ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅସହାୟ ଅବସ୍ଥାରେ ବୃଦ୍ଧା ଉଦ୍ଧାର

Sunil Chandra Nayak

ପ୍ରଧାନଶିକ୍ଷକ ମାନଙ୍କ ସମୀକ୍ଷା ବୈଠକ 

masiha

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

masiha

Leave a Comment

error: Content is protected !!