ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଖଟିବାକୁ ଯାଇ ଅସୁବିଧା ରେ ଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଲାଓସରୁ ଫେରାଇ ଆଣିଲେ ଲୋକସଭା ପ୍ରାଥୀ ବୈଜୟନ୍ତ ପଣ୍ଡା

ଦାଦନ ଖଟିବାକୁ ଯାଇ ଅସୁବିଧା ରେ ଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଲାଓସରୁ ଫେରାଇ ଆଣିଲେ ଲୋକସଭା ପ୍ରାଥୀ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର:- ଲାଓସରେ ଫସି ରହିଥୁବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି। ଲାଓସରୁ ସେମାନେ ବ୍ୟାଙ୍ଗକକ୍ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ପୁଣି ଏକ ଅନ୍ୟ ବିମାନରେ ଅ।ଜି କୋଲକାତାରେ ପହଞ୍ଚି ଥିଲେ। ଓଡ଼ିଆ ଶ୍ରମିକମାନେ କୋଲକାତାରୁ ନିଜନିଜ ବ୍ୟବସ୍ଥାରେ ଘରକୁ ଫେରୁଛନ୍ତି। ଓଡ଼ିଅ। ଶ୍ରମିକମାନେ ଆଜି ସନ୍ଧ୍ୟାରେ ନିଜନିଜ ଘରକୁ ପହଞ୍ଚିଛନ୍ତି। ଫସିଥ‌ିବା ୧୭ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଅ।ଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ମାସ ୨୭ ତାରିଖରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏକ ଚିଠି ଲେଖି ନିବେଦନ କରିଥିଲେ।

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଆଳି, ରାଜକନିକା, ରାଜନଗର ନିର୍ବାଚନ ମଣ୍ଡଳୀର ୧୧ ଜଣ, ଯାଜପୁରରୁ ୪ ଜଣ, ଢେଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଶ୍ରମିକ ଅଧିକ ରୋଜଗାର କରିବା ଲକ୍ଷ୍ୟ ରଖି ଏକ ଏଜେଣ୍ଟଙ୍କ ଜରିଅ।ରେ ଲାଓସ ଯାଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ନଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନେ ଫେରିବା ପରେ ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି ଓ ପରିବାର ଲୋକ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଘାଟିତ

masiha

ଦେଶୀ ତାଲିମ ଗୃପ ର ସିଡିଏଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

ବଲାଙ୍ଗୀର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ଅଜିତ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!