ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳ ପ୍ରହର ନାମଯଜ୍ଞ ପାଇଁଁ ଶୁଭଖମ୍ବ ସ୍ଥାପନ

ଷୋହଳ ପ୍ରହର ନାମଯଜ୍ଞ ପାଇଁଁ ଶୁଭଖମ୍ବ ସ୍ଥାପନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ମନ୍ଦିର ଠାରେ ୧୩ ତମ ଝାମୁଯାତ୍ରା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମାଁ ଙ୍କ ମନ୍ଦିର ସାମ୍ନାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁଁ ରବିବାର ଶୁଭଖମ୍ବ ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଶକ୍ତି ମନ୍ଦିର ପରିଚାଳନା କମିଟି ସଭାପତି କୈଳାସ କୁମୁରା, ଉପ ସଭାପତି ସୁଶାନ୍ତ ମଲ୍ଲିକ, ସଂପାଦକ କୁଞ୍ଜ ବିହାରି ରଣା, ସହ ସଂପାଦକ ଲମ୍ବୋଦର ରଣା, କୋଷାଧ୍ୟକ୍ଷ ମହେନ୍ଦ୍ର ପ୍ରଧାନୀ, ସେବାୟତ ରଂଜନ ରଣା, ସେଷଦେବ ରଣା, ପିତାମ୍ବର ରଣା, ହୃଦାନନ୍ଦ ମଲ୍ଲିକ, ମହିମା ରଣା, ବିଷ୍ଣୁ ରଣା, ସୁର୍ଯ୍ୟମଣି ରଣା, ହରି ବାରିକ, ତାରା ଭୋଇ, କୁନି ଭୋଇ, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣା, ନାମଯଜ୍ଞ କର୍ତ୍ତା ଦାୟିତ୍ୱରେ ସାନୁ ରଣା ଓ ତାଙ୍କ ଧର୍ମପତ୍ନୀ ଉର୍ମିଳା ରଣା, ପୂଜକ ରୁଦ୍ର ମଣି ଦାସ ସମେତ ଗ୍ରାମର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଯାତ୍ରା ର ବିଭାଗ ଶାନ୍ତି ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଦାୟିତ୍ଵ ନେଇଥିଲେ l ଆସନ୍ତା ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ଦିନରେ ଦେବୀଙ୍କ ନଗର ପରିକ୍ରମା ଛତର ଯାତ୍ରା, ଦ୍ବିତୀୟ ଦିବସରେ ଝାମୁଯାତ୍ରା, ତୃତୀୟ ଦିନରେ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତି ଏବଂ ଚତୁର୍ଥ ଦିନ ଠାରୁ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେବା ସହ ଯାତ୍ରା ଆକର୍ଷଣୀୟ ପାଇଁ ମିନା ବଜାର ଆସିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୩ ଜଣ ଏମବିବିଏସ ଡାକ୍ତରଙ୍କ ଭରସାରେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି 

Sunil Chandra Nayak

କୋଟର୍ପେଟା ଛକରେ ଆଠ ବର୍ଷ ଧରି ନିତ୍ୟ ତ୍ରିରଙ୍ଗା ଉତ୍ତୋଳନ; ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ର ଓଏଏସ ରଶ୍ମି ରଞ୍ଜନ ପୁଜାରୀ ଙ୍କୁ ମନ୍ତ୍ରୀ ଓ ସାଂସଦ ଙ୍କ ପକ୍ଷରୁ ଭବ୍ୟ ସମର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!