ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣା ୧ ମୃତ 

ମୋଟରସାଇକେଲ ଦୁର୍ଘଟଣା ୧ ମୃତ 

ଡାବୁଗାଁ, ୮/୪ (ମ.ନି.ସ.)- ରବିବାର ବିଳମ୍ବିତ ରାତ୍ରିରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ଜଣଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ରବିବାର ବିଳମ୍ବିତ ରାତ୍ରିରେ ଧୋଡ୍ରା ମାଝିଗୁଡା ଗ୍ରାମର ପଦ୍ମନାଭ ଦାଶ (୨୪) ନିଜ ମୋଟରସାଇକେଲ ନଂ ସିଜି ୦୫ ଏଏଲ ୯୦୫୩ ଯୋଗେ ଚାଟିଗୁଡା ଗ୍ରାମକୁ ଆସୁଥିଲେ ସେହି ସମୟରେ ବିପରୀତ ଦିଗରୁ ମୋଟରସାଇକେଲ ନଂ ଓଡି ୧୦ ଇ ୫୩୭୫ ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ୨ ମୋଟରସାଇକେଲ ଆରୋହି ରାସ୍ତା କଡକୁ ପଡିଯାଇ ଆହତ ହୋଇଥିଲେ | ବିପରୀତ ଦିଗରୁ ମୋଟରସାଇକେଲ ନଂ ଓଡି ୧୦ ଇ ୫୩୭୫ ଗାଡିର ଚାଳକ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଆହତ ପଦ୍ମନାଭ ଦାଶ ଘଟଣା ସ୍ଥଳରେ ପଡି ରହିଥିଲେ | ପରେ ସେ ପଟେ ଯାଉଥିବା ଲୋକ ମାନେ ଦୁର୍ଘଟଣା ଘଟିଥିବା ଦେଖି ଉକ୍ତ ସ୍ଥାନରେ ରହି ଆମ୍ବୁଲାନ୍ସ ଯୋଗେ ଆହତ ପଦ୍ମନାଭକୁ ଉମରକୋଟ ଡାକ୍ତରଖାନା କୁ ପଠାଇଥିଲେ | ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଟି ମୋଟରସାଇକେଲ କୁ ଜବତ କରିଥିଲେ | ଆହତ ପଦ୍ମନାଭ ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ପରିବାର ପକ୍ଷରୁ ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହଲୱା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯୧/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଆସିକା ବିଭିନ୍ନ ସ୍ଥାନରେ ସାବିତ୍ରୀ ପୂଜା ଅନୁଷ୍ଠିତ

Leave a Comment

error: Content is protected !!