ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପକ୍ଷରୁ ଦୁର୍ଗମ ତ୍ରିଲୋଚନପୁରରେ ପଥପ୍ରାନ୍ତ ସଭା

ବିଜେଡି ପକ୍ଷରୁ ଦୁର୍ଗମ ତ୍ରିଲୋଚନପୁରରେ ପଥପ୍ରାନ୍ତ ସଭା

ଲାଞ୍ଜିଗଡ଼ ,୦୮/୦୪(ମନିସ)-୨୦୨୪ ନିର୍ବାଚନରେ ବିଜୟ ଲାଭ ସହିତ ଏକ ରେକର୍ଡ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି ଶାସକ ବିଜେଡି ଦଳ। ଏହାକୁ ଦୃଷ୍ଟିରେ ରଖି ନେତା, ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ଲୋକଙ୍କୁ ନିଜ ସପକ୍ଷକୁ ନେବାକୁ ଦଳ ଉଦ୍ୟମ ଜାରି ରଖିଛି। ଏହାର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ ବ୍ଲକରେ। ବ୍ଲକ ବିଜେଡି ପକ୍ଷରୁ ବ୍ଲକର ବିଭିନ୍ନ ପଂଚାୟତରେ ପଥପ୍ରାନ୍ତ ସଭା କରାଯାଇ ଦଳ ପ୍ରତି ଲୋକଙ୍କ ସମର୍ଥନ ଭିକ୍ଷା କରାଯାଉଛି। ଏହିକ୍ରମରେ ଆଜି ବ୍ଲକର ଦୁର୍ଗମ ତ୍ରିଲୋଚନପୁରଠାରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଛି। ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ଗଙ୍ଗାଧର ସାହୁ, ଜଗବନ୍ଧୁ ପ୍ରଧାନୀ, ସମିତିସଭ୍ୟା ସୁପ୍ରଭା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦଳୀୟ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ। ସେହିପରି ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

Sunil Chandra Nayak

ରୁପ୍ରାରୋଡରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ 

masiha

ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ପଞ୍ଚାୟତ ରେ ରାଜ୍ୟସଭା ସାଂସଦ ଙ୍କ ଭୋଟ ପ୍ରଚାର

masiha

Leave a Comment

error: Content is protected !!