ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୋପାଳପୁର ଷୋଳ ପ୍ରହର ପରିଦର୍ଶନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ 

ଗୋପାଳପୁର ଷୋଳ ପ୍ରହର ପରିଦର୍ଶନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ 

ଲାଞ୍ଜିଗଡ,୦୮/୦୪(ମନିସ)-ନିର୍ବାଚନର ଘନଘଟା ଆରମ୍ଭ ହୋଇଯାଇଥିବାବେଳେ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରାର୍ଥୀମାନେ ଏବେ ଲୋକଙ୍କ ଦୁଆରରେ ଯାଇ ପହଂଚୁଛନ୍ତି। ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏଥର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବାବେଳେ ପ୍ରାର୍ଥୀମାନେ ଏବେ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡିଛନ୍ତି। ବିଭିନ୍ନ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏହିପରି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ଆରମ୍ଭ କରିଛନ୍ତି। ଆଜି ଶ୍ରୀ ମାଝୀ ଲାଞ୍ଜିଗଡ ବ୍ଲକ ଗୋବର୍ଧନପୁର ପଂଚାୟତ ଗୋପାଳପୁର ଯିବା ସହିତ ସେଠାରେ ଚାଲିଥିବା ଷୋଳ ପ୍ରହର ନାମଯଜ୍ଞ ପରିଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଘର ଘର ବୋଲି ସେବା ସପ୍ତାହ ପାଳନ କଲେ ବିଜେପି ମୁଖପାତ୍ର

masiha

ଗୋଳାମୁଣ୍ଡା ବିଡିଓ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଵିଜୁଵାବୁଙ୍କ ଅଧୁରାସ୍ବପ୍ନକୁ ପୁରଣ କରିବାକୁ ଗୋଟିଏ ମଞ୍ଚରେ ଶପଥ ନେଲେ ଦୁଇଭାଇ ଧୃଵ ଓ ଅଂଶୁମାନ

masiha

Leave a Comment

error: Content is protected !!