ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

ବସ୍ତା,08/04 :ବାରୁଣୀ ଯାତ୍ରା ଦେଖି ଫେରି ଆସୁଥିବା ବେଳେ ସୋମବାର ରାତି ସମୟରେ ବାପ, ପୁଅ ଏକ ବାଇକ ଯୋଗେ ଆସୁଥିବା ସମୟରେ ରାଜଘାଟ ନିକଟରେ ନିକଟରେ ଭାରସାମ୍ୟ ହରାଇ ଏକ ସାଇକେଲ କୁ ଧୋକା ଦେଇଥିଲା, ତେବେ ଘଟଣା ସ୍ଥଳରେ ବାଇକ ଆରୋହୀ ର ମୃତ୍ୟୁ ଘଟି ଥିବା ବେଳେ, ଗୁରୁତର ଅବସ୍ଥା ରେ ପୁଅ କୁ ଅମରଦା ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା କରି ବସ୍ତା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଘଟଣା ରୁ ପ୍ରକାଶ କି ରାଜଘାଟ ବାରୁଣୀ ଯାତ୍ରା ଦେଖି  ରାସଗୋବିନ୍ଦପୁର ବ୍ଲକ      ଅମରଦା ପଞ୍ଚାୟତ ର ମିର୍ଧା ପୁର ଗ୍ରାମର ହଗରୁ ବାସ୍କେ ଙ୍କ ପୁଅ ଛାକୁ ବାସ୍କେ ବୟସ ୪0ଏବଂ ପୁଅ ଚନ୍ଦନ ବାସ୍କେ ବୟସ ୧୨  ଦୁହେଁ ସ୍ପେଲଣ୍ଡର ବାଇକ  ରେ ଘରକୁ ଫେରୁଥିଲେ l   ଅମରଦା ଗ୍ରାମର ଦିଲୀପ ଦାସ ଙ୍କ ପୁଅ ବିନୟ ଦାସ ବୟସ (୧୬ )ଏବଂ ପୂର୍ଣ୍ଣ ଚନ୍ଦ୍ର ଦାସ ପୁଅ ପୁତୁଲ ବୟସ (୧୬)ଏକ ସାଇକେଲ ଯୋଗେ ସେମାନେ ମଧ୍ୟ ମେଳା ବୁଲିବାକୁ ଯାଇ ଫେରୁଥିଲେ l ଫେରିବା  ସମୟରେ ବାଇକ ଟି  ସାଇକେଲ କୁ ଧୋକା ଦେଇଥିଲା, ତେବେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହେଇ ଯାଇଥିବା ବେଳେ ବାଇକ ଆରୋହୀ ର  ପୁଅ କୁ   ଗୁରୁତର ଅବସ୍ଥା ରେ  ଉଦ୍ଧାର କାରାଯାଇ   ପ୍ରଥମେ ଅମରଦା ହସ୍ପିଟାଲ, ତାପରେ ବସ୍ତା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି, ତେବେ ସାଇକେଲ ଆରୋହୀ ଦୁଇ ଜଣକୁ ମଧ୍ୟ ପରିବାର ଲୋକେ ଚିକିତ୍ସା ପାଇଁ ବସ୍ତା ହସ୍ପିଟାଲ କୁ ସ୍ଥାନାନ୍ତର କରିଥିବାର ସୂଚନା ମିଳିଛିl ଖବର ପାଇ ଅମରଦା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି l 

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସମାଜସେବୀଙ୍କ ଦ୍ୱାରା ମାନସିକ ଅନଗ୍ରସର ମହିଳା ଉଦ୍ଧାର :ଉଦ୍ଧାର ହୋଇଥିବା ମହିଳା କୁ ସ୍ଥାନୀୟ ମିସିନାରୀ ଅଫ ଚାରିଟି ରେ ଥଇଥାନ

masiha

ଉତ୍କେଲା ଗ୍ରାମପଞ୍ଚାୟତ ରେ କଲାହାଣ୍ଡି ଉତ୍ସବ

Sunil Chandra Nayak

ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳିତ 

masiha

Leave a Comment

error: Content is protected !!