ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

କୋକସରା,୯/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ପର୍ଶୁରାମ ପ୍ରଧାନୀ ବିଜେଡି ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଦେଇଥିବା ଜଣାପଡିଛି। ସୂଚନା ମତେ ପର୍ଶୁରାମ ପ୍ରଧାନୀ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ୫ବର୍ଷ ହେବ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରୁଥିବା ବେଳେ ଦଲୀୟ ନେତୃତ୍ୱ ମଧ୍ୟ ତାଙ୍କ ପ୍ରତି ଅବିଚାର କରିଥିବା ପ୍ରତିବାଦ କରି ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପତ୍ର ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଦେଇଛନ୍ତି। ବିଜେଡି ଦଳ ବିଜୁ ବାବୁଙ୍କ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଥିବା ଅଭିଯୋଗ କରିଛନ୍ତି। ଆଗକୁ ସେ ଏକ ଜାତୀୟ ଦଳରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

Sunil Chandra Nayak

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

masiha

Leave a Comment

error: Content is protected !!