ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଦଳ ଛାଡିଲେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ହେମାଙ୍ଗିନି ହଂସ

ବିଜେପି ଦଳ ଛାଡିଲେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ହେମାଙ୍ଗିନି ହଂସ

ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା,ଜିଲ୍ଲାମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା କଳାହାଣ୍ଡି ତଥା କୋକସରା ବ୍ଲକ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ ବିଜେପି ପ୍ରାଥମିକ ସଦସ୍ୟ ପଦବୀ ରୁ ଇସ୍ତଫା ଦେଇଛନ୍ତି।ଏନେଇ ସେ ଧର୍ମଗଡ ସହର ରୋୟଲ ପେଲେସ ହୋଟେଲ ର କନଫରେନ୍ସ ହଲ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଛନ୍ତି। ସେ ପଛୁଆ ବର୍ଗ ରୁ ଦିର୍ଘ ବର୍ଷ ଧରି ବିଜେପି ଦଳ ରେ ରହି ତୃଣମୂଳ ସ୍ତରରେ ଦଳିୟ କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବା ସହ ଦଳ ର ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ ହେଲେ ଦଳ ପକ୍ଷରୁ ସବୁ ସମୟରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଓ ପଛୁଆ ବର୍ଗ ର ମହିଳା ଙ୍କୁ ଦଳ ପ୍ରାଧାନ୍ୟ ଦେଉ ନଥିବା କାରଣରୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ପ୍ରେରଣ କରିଥିବା କହିବା ସହ ଯଦି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଶୁଭ ଚିନ୍ତକ ଙ୍କ ସମର୍ଥକ ରହିଲେ ସେ ସ୍ୱାଧୀନ ପ୍ରାର୍ଥୀନି ଭାବେ ଚଳିତ ବିଧାନସଭା ନିର୍ବାଚନରେ ଛିଡା ହେବାକୁ ମଧ୍ୟ ନିଜର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।ତେବେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଯାଦବ ସମାଜ ର ଭୋଟ ବ୍ୟାଙ୍କ ରହିଥିବା ବେଳେ ଯାଦବ ସମାଜର ଜିଲ୍ଲା ନାରୀ ନେତ୍ରୀ ରଶ୍ମିରେଖା ରାଉତ ଙ୍କୁ କଂଗ୍ରେସ ଦଳ ଧର୍ମଗଡ ରେ ଦଳୀୟ ଟିକେଟ ଦେଇଥିବା ବେଳେ ପୁଣି ସେହି ବର୍ଗ ର ମହିଳା ନେତ୍ରୀ ହେମାଙ୍ଗିନୀ ଙ୍କ ବିଜେପି ରୁ ଇସ୍ତଫା ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢ଼ିବାକୁ ଅଣ୍ଟା ଭିଡି ଥିବା ବେଳେ ଆଗାମୀ ସମୟରେ ରାଜନୀତି ସମୀକରଣ କଣ ହେବ ସେ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପରଜଙ୍ଗ ରେ ମୋହା ସମାରହରେ ଗାନ୍ଧୀ ଜୟନ୍ତୀ ପାଳନ

masiha

ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

masiha

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

Sunil Chandra Nayak

Leave a Comment

error: Content is protected !!