ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଏନଏସି ର ଉପାଦକ୍ଷ୍ୟା ଭାବରେ କଂଗ୍ରେସର ଶକୁନ୍ତଳା ରାଉତ ବିଜୟୀ

ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସି 13 ଗୋଟି ୱାର୍ଡ କୁ ନେଇ ଗଠିତ ହୋଇ ଥିବା ବେଳେ ଏଥିରେ କଂଗ୍ରେସର 6 ଜଣ ୱାର୍ଡ ମେମ୍ବର, ବିଜେଡିର 5 ଜଣ ୱାର୍ଡ ମେମ୍ବର ଓ ବିଜେପିର 2 ଜଣ ୱାର୍ଡ ମେମ୍ବର ବିଜୟୀ ହୋଇ ଛନ୍ତି l ହେଲେ ନଗରପାଳ ଭାବରରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ ଲାଭ କରିଥିବା ବେଳେ ଉପାଧ୍ୟାକ୍ଷା ପଦ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଛକା ପଞ୍ଜା ଚାଲିଥିବା ବେଳେ ଏଥି ପାଇଁ ଉପାଧ୍ୟାକ୍ଷା ପଦ ପାଇଁ ୱାର୍ଡ ନମ୍ବର ଏକ ରୁ ବିଜୟୀ ହୋଇଥିବା ପ୍ରାର୍ଥୀନୀ ଶୁଚିସ୍ମିତା ମହାରଣା ଏବଂ କଂଗ୍ରେସରୁ ୱାର୍ଡନମ୍ବର ସାତ ରୁ ବିଜୟୀ ହୋଇଥିବା ପ୍ରାର୍ଥୀନୀ ଶକୁନ୍ତଳା ରାଉତ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ପାଖରେ ଦଖଲ କରିଥିଲେ lଯାଞ୍ଚ ପରେ ଦୁଇ ଜଣଙ୍କ ନାମାଙ୍କନ ପତ୍ର କାୟମ ରହି ଥିଲା lଶେଷରେ ଭୋଟ ଦାନ ହୋଇ ଥିଲା lକଂଗ୍ରେସ ପ୍ରାର୍ଥୀନୀ ଛଅ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାଥୀନି ପାଞ୍ଚ ଖଣ୍ଡ ଭୋଟ ପାଇଥିଲେ l ନିର୍ବାଚନ ଅଧିକାରୀ ଖଡ଼ିଆଳ ତହସିଲଦାର କଂଗ୍ରେସର ପ୍ରାର୍ଥୀ ଶକୁନ୍ତଳା ରାଉତଙ୍କୁ ବିଜୟୀ ଘୋଷଣା କରିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା – ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

Sunil Chandra Nayak

ଲଘୁଚାପ ଜନିତ ଲଗାଣ ବର୍ଷା,ହାତୀନଦୀରେ ବନ୍ୟା, ଅନେକ ଚାଷଜମି ପାଣି ଘେରରେ, ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

Sunil Chandra Nayak

Leave a Comment

error: Content is protected !!