ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୧ ଗିରଫ 

ଅବକାରୀ ଚଢାଉ ୧ ଗିରଫ 

   ଡାବୁଗାଁ, ୧୦/୪ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ବୁଧବାର ପେଟ୍ରୋଲିଂ କରି ଚଢାଉ କରାଯାଇଥିଲା | ଏହି ପେଟ୍ରୋଲିଂ ସମୟରେ ବଡନୀ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ନଂ ଓଡି ୨୪ ବି ୭୬୩୩ ଗାଡିକୁ ଅବକାରୀ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ଅଟୋରେ ୧୮ ବସ୍ତା ମହୁଲ ରହିଥିଲା | ଏଥିରେ ପ୍ରତି ବସ୍ତାରେ ୪୦ କିଗ୍ରା ଓଜନ ର ମୋଟ ୭୨୦ କି.ଗ୍ରା. ମହୁଲ ଜବତ କରଯାଇଥିଲା | ଏହା ସହ ଅଟୋ ଚାଳକ ସଲିମଧର ମାଝି (୨୪) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏହି ଚଢାଉରେ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଇଉପିଏ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଅବକାରୀ କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୬/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚୋରା ବାଲି ,ଚିପ୍ସ ଚାଲାଣ ବେଳେ ତିନି ହାଇୱା ଜବତ,ଚାରି ଗିରଫ

masiha

ଘରେ କେହି ନଥିବାର ସୁଯୋଗ ନେଇ ଚୋର କଲେ ଚୋରି

masiha

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

Leave a Comment

error: Content is protected !!