ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲୋକସଭା ନିର୍ବାଚନ ସଂଚାଳନ ସମିତିର ନିର୍ବାଚନ ପ୍ରସ୍ତୁତି ବୈଠକରେ ତୋମର ଙ୍କ କର୍ଣ୍ଣ ମନ୍ତ୍ର

ଲୋକସଭା ନିର୍ବାଚନ ସଂଚାଳନ ସମିତିର ନିର୍ବାଚନ ପ୍ରସ୍ତୁତି ବୈଠକରେ ତୋମର ଙ୍କ କର୍ଣ୍ଣ ମନ୍ତ୍ର

ରାଉରକେଲା : ଚଳିତ ୨୦୨୪ ସଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଅପରାହ୍ନ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ ସଭାପତିଙ୍କର ନିର୍ବାଚନୀ ବୈଠକ ଆଜି ରାଉରକେଲାର ମେଫେୟାର ହକି ଭିଲେଜ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଉପସଭାପତି ତଥା ଓଡିଶା ରାଜ୍ୟ ପ୍ରଭାରୀ ବିଜୟ ଲାଲ ସିଂ ତୋମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଲୋକସଭା ଓ ବିଧାନସଭାରେ ବିଜେପି ପାର୍ଥୀଙ୍କୁ ବିଜୟୀ କରିବା ପାଇଁ ରଣନୀତି ଉପରେ କର୍ଣ୍ଣ ମନ୍ତ୍ର ଦେଇଥିଲେ । ଜନତାଙ୍କୁ ମୋଦିଜୀ ଙ୍କ ” ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ , ସବକା ପ୍ରୟାସ ” ଆତ୍ମ ନିର୍ଭରଶିଳ ଭାରତ ଓ ବିକଶିତ ଭାରତ ବିଷୟ ସହିତ ବିଭିନ୍ନ ଜନହିତ କାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ପାର୍ଥୀ ଓ ବିଧାୟକ ପାର୍ଥୀ ମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନ ସମୟର ସୁନ୍ଦରଗଡ ଲୋସଭା ନିର୍ବାଚନ ସଂଚାଳନ ସମିତିର ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ ସଂଚାଳନ ସମିତିରେ ଥିବା ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ଵ ଓ ଦାୟିତ୍ଵରେ ଥିବା କାର୍ଯ୍ୟକର୍ତ୍ତା କିଭଳି କାର୍ଯ୍ୟକାରୀ କରିବେ ତା ଉପରେ ମାର୍ଗଦର୍ଶନ କରିଥିଲେ । ଶ୍ରୀ ତୋମର ସଂଚାଳନ ସମିତିର ଉଦ୍ଦେଶ୍ୟ ଓ ପରିଚାଳନା କିଭଳି କ୍ରିୟାଶୀଳ କରାଯିବ ତା ଉପରେ ଆଲୋକପାତ କରିଥିଲେ। ସମସ୍ତ ପ୍ରାର୍ଥୀ କିଭଳି ବିଜୟ ପ୍ରାପ୍ତି କରିବେ ତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେରକେଟା , ବରିଷ୍ଠ ନେତା ରଞ୍ଜନ ପଟେଲ, ତଳସରା ବିଧାୟକ ପ୍ରାର୍ଥୀ ସର୍ବଶ୍ରୀ ଭବାନୀ ଭୋଇ, ନରସିଂହ ମିଞ୍ଜ , କୁସୁମ ଟେଟେ, ଶଙ୍କର ଓରାମ,ଦୁର୍ଗା ତନ୍ତୀ ଓ ଜିଲ୍ଲା ପାନପୋଷ ଲୋକସଭା ନିର୍ବାଚନ ସଞ୍ଚାଳନ କମିଟି ପ୍ରଭାରୀ ଦିନେଶ ଜୈନ, ସଂଯୋଜକ ବଟ କୃଷ୍ଣ ମିଶ୍ର ଓ ବିସ୍ତାରକ ଆଶିଷ ଠାକୁର ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ଅନିଲ ବାର୍ଲା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିହାର ରାୟ, ପ୍ରମିଳା ଦାସ , ଜିଲ୍ଲା ଓ ମଣ୍ଡଳ ସଭାପତିଙ୍କ ସହିତ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଲୋକସଭା କ୍ଷେତ୍ରର ସଂଯୋଜକ ବଟ କୃଷ୍ଣ ମିଶ୍ର ଉକ୍ତ ବୈଠକର ସଂଚାଳନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

masiha

ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ପୂର୍ବତନ ଉପ ସଭାପତି ରାଜଧାନୀ ଦିଲ୍ଲୀ ରେ ପାଳିଆମେଣ୍ଟ ଘେରାଉ ରେ ସାମିଲ 

Sunil Chandra Nayak

Leave a Comment

error: Content is protected !!