ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

କୋକସରା ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

କୋକସରା,୧୨/୪ // ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରଣୀ ରନିତା ପ୍ରଧାନଙ୍କ ନେତୃତ୍ଵରେ ସିଆରପିଏଫ ଯବାନ ଓ କୋକସରା ପୋଲିସ କର୍ମଚାରୀ ମାନେ କୋକସରା ଓ ମୋଟେର ଫାଣ୍ଡି ଅଞ୍ଚଳରେରେ ଫ୍ଳାଗ୍ ମାର୍ଚ୍ଚ ପ୍ରଦର୍ଶିତ କରି ଜନ ସାଧାରଣଙ୍କୁ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନକରିବାକୁ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ଏହି ଫ୍ଲାଗ ମାର୍ଚ୍ଚରେ କୋକସରା ଥାନା ଏସ ଆଇ ହେମନ୍ତ ପାତ୍ର, ଅନୀଲ ପାଢ଼ୀ, ଏଏସଆଇ ମମତା ଶବର, ଉଷା ହରିଜନ, ଦାମୋଦର ନାଏକ, ସନ୍ତୋଷ ନାୟକ, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଓ କନେଷ୍ଟବଳ ଓ ହୋମ ଗାର୍ଡ କର୍ମଚାରୀ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନୂତନ କୋଇଡା ଥାନାଧିକାରୀଙ୍କୁ କୋଇଡା ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

masiha

ଯୋଗ,ବ୍ୟାୟାମ ଶାରିରୀକ ଓ ମାନସିକ ସୁସ୍ଥତାର ଚାବିକାଠି

Sunil Chandra Nayak

ମ୍ୟୁଜିକ ସେଲିବ୍ରସନ ତରଫରୁ ହାଲୁଆ ବଣ୍ଟନ 

masiha

Leave a Comment

error: Content is protected !!