ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଙ୍କ ପଞ୍ଚାୟତ ରେ କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଙ୍କ ପଞ୍ଚାୟତ ରେ କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି ୧୩/୦୪/୨୪ // ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ର ପୁଟ ଗ୍ରାମ ପଞ୍ଚାୟତ ରେ ଆଜି ଏକ କର୍ମୀ ସମ୍ମଳନୀ ପଞ୍ଚାୟତ କଂଗ୍ରେସ ସଭାପତି ଜୟ ଚନ୍ଦ୍ର ହରିଜନ ଙ୍କ ସଭାପତି ତ୍ୱ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନବରଙ୍ଗପୁର ବିଧାନସଭା ମଣ୍ଡଲୀ ର କଂଗ୍ରେସ୍ ଦଳର ଦସ ଗ୍ୟାରେଣ୍ଟି ଓ ବିଧାୟକ ପ୍ରାର୍ଥୀ ଙ୍କ ସମର୍ଥନ ରେ ଭାଜପା ଓ ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଭାସ୍କର ବିଶୋଇ,ସଦେବ ମାଝୀ, ଈଶ୍ୱର ମୁଦୁଲି ,ପାର୍ବତୀ ଜା ନୀ,ସୋମେଶ୍ୱର ବିଶୋଇ , ଇନ୍ଦୁମତି ବିଶୋଇ ,ରଜେଶ୍ୱେ ରି ବିଶୋଇ , ସବିତା ବିଶୋଇ ,ସେବତୀ ମାଝୀ ପ୍ରହ୍ଲାଦ ଜାନୀ, ପ୍ରମୁଖ ଙ୍କୁ ଦଳୀୟ ଉତ୍ତରୀୟ ଦେଇ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ସ୍ବାଗତ କରିଥିଲେ। ଆଜି କୃଷ୍ନଚ ନ୍ଦ୍ର କର୍କରା ଙ୍କୁ ବ୍ଲକ କଂଗ୍ରେସ ର ତଫସିଲ ଭୁକ୍ତ ଜାତି ସେଲ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଦଳିତ ଓ ଆଦିବାସୀ ତଥା ପଛୁଆ ବର୍ଗ ଙ୍କ ପାଇ କୌଣସି ଦଳ ଙ୍କ ଇସ୍ତାହାର କି ଏଜେଣ୍ଡା ନାହିଁ କେବଳ କଂଗ୍ରେସ ଦଳ ସମସ୍ତ ଙ୍କ କଥା ଚିନ୍ତା କରି ଇସ୍ତାହାର ରେ ରଖୁଛି ବୋଲି ନୂତନ ଏସ ସି ସେଲ ସଭାପତି କର୍କରା କହିଥିଲେ।ଏହି ବୈଠକ ରେ ଦଳ ର ଦଶ ଗ୍ୟାରେଣ୍ଟି କୁ ପ୍ରତି ଭୋଟର ପାଖ ରେ ପହଞ୍ଚାଇ ଦଳ ପାଇଁ ଭୋଟ ମାଗିବାକୁ ଶପଥ ନେଇଥିଲେ କର୍ମକର୍ତ୍ତା। ନବରଂଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରୁ ଯିବା ପରଠାରୁ ଅବହେଳିତ ହୋଇଛି ଓ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇଛନ୍ତି। ଏଣୁ କଂଗ୍ରେସ କୁ ପୁନଃ କ୍ଷମତା କୁ ଆଣି ପୂର୍ବ ଗୌରବ ଆଣିବାକୁ ଆହ୍ବାନ ଦେଇଥିଲେ ପ୍ରାର୍ଥୀ ଦିଲୀପ ପ୍ରଧାନୀ। ରେଳ ,କଳ ଜଳ ସ୍ବପ୍ନ ଦେଖାଇ 24 ବର୍ଷ ବିତି ଯାଇଛି ଏଣୁ ନୂତନ ଓଡ଼ିଶା ଓ ସମୃଦ୍ଧ ନବରଙ୍ଗପୁର ପାଇଁ କଂଗ୍ରେସ କୁ କ୍ଷମତା କୁ ଆଣିବାକୁ ପୂର୍ବତନ ଲ୍ୟାମ୍ପ ଏମ ଡି ବସନ୍ତ ପାଣିଗ୍ରାହୀ ଆହ୍ବାନ କରିଥିଲେ। ଅନ୍ୟମନଙ୍କ ମଧ୍ୟରେ ଭୀମସେନ ପାଣିଗ୍ରାହୀ କିଶୋର ସିଂ ,ହରି ବେପାରୀ ,ଅଭୟ ସାଗରିଆ, ପିତାମ୍ବର ହୀଆଲ, ପ୍ରମୁଖ ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି ଓ କର୍ମୀ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

ସାନଵଡ ଗୋପାଳପୁରୁ ପଞ୍ଚାୟତ ସ୍ତରୀୟ ବିଜେଡି ବନ୍ଧୁ ମିଳନ ଓ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖକୁ ସ୍ବାଗତ

masiha

ସେମିଲିଗୁଡ଼ା ହେନା ଗାର୍ଡେନ ଠାରେ ବ୍ଲକ ସ୍ତରୀୟ ବିଜୁ ଯୁବ ଛାତ୍ର ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!