ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁବର୍ଣ୍ଣପୁର

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁବର୍ଣ୍ଣପୁର

ବାଲେଶ୍ଵର,୧୩/୪/୨୪- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛି । ହ୍ଵାଟ୍ସଆପ୍ ଗୃପରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟ ବନ୍ଧୁ ମାନଙ୍କର ପ୍ରତିଭା ବିକାଶ ପାଇଁ ସମସ୍ତଙ୍କୁ ପ୍ରେରଣାର ଯୋଗାଉଛି । ଏହି ପରିପ୍ରେକ୍ଷୀରେ ଗତ ତା ୦୭/୪/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ଭାଙ୍ଗିଗଲା ମୋ ସ୍ବପ୍ନର ବାଲିଘର “। ଏଥିରେ (୧) ତନ୍ମୟ କୁମାର ମିଶ୍ର, ଗନିଆଁପାଲି, ବରଗଡ (୨) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, ଭୁବନେଶ୍ୱର (୩) ଅନିରୁଦ୍ଧ ରଣା, ସର୍ଗୁଲ, ସୁବର୍ଣ୍ଣପୁର (୪) କମଳିନୀ ପାଣିଗ୍ରାହୀ, ପୁରୀ (୫) ଅନନ୍ତ କିଶୋର ଦାସ, ରାଉରକେଲା (୬) ସୁଜାତା ଦ୍ବିବେଦୀ, ଯାଜପୁର ରୋଡ, ଯାଜପୁର (୭) ଉପେନ୍ଦ୍ର କୁମାର ଵସ୍ତିଆ, ରାଉରକେଲା (୮) ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର (୯) କଳ୍ପନା ରଥ, ଭବାନୀପାଟଣା (୧୦) ମମତା ବେହୁରା, କଟକ (୧୧) ପଲ୍ଲବୀ ଦାଶ, ଚରମ୍ପା, ଭଦ୍ରକ (୧୨) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୧୩) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା (୧୪) ସଂଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୫) ଲବଦାନ ନାଏକ, ବାଲିଗୁଡା, ରାୟଗଡା (୧୬) ପଦ୍ମାବତୀ ଆଚାର୍ଯ୍ୟ, କଣ୍ଟାମାଳ, ବୌଦ୍ଧ (୧୭) ସଙ୍ଗୀତା ନାଏକ ପୁରୋହିତ, ସମ୍ବଲପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

      ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ, ଯିଏକି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟ ସାଧିକା, ଘର ବାଲେଶ୍ଵର । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ସ୍ବର୍ଣ୍ଣଲତା ମହାପାତ୍ର ପ୍ରଥମ, କଳ୍ପନା ରଥ ଦ୍ବିତୀୟ ଓ କମଳିନୀ ପାଣିଗ୍ରାହୀଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋଟ ୧୭ ଗୋଟି ଲେଖା ଆସିଥିଲା । ଏହି ୧୭ ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ଏ ଫଳାଫଳ ନେଇ କେହି ବିଚଳିତ ନହୋଇ ସାହିତ୍ୟର ଉନ୍ନତି ତଥା ପ୍ରତିଭାର ବିକାଶ ପାଇଁ ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

masiha

Leave a Comment

error: Content is protected !!