ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହା ଆଡମ୍ବରରେ ହନୁମାନ ଜୟନ୍ତୀ ପାଳିତ

ମହା ଆଡମ୍ବରରେ ହନୁମାନ ଜୟନ୍ତୀ ପାଳିତ

ବାଲେଶ୍ଵର,୧୩/୪/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରାଗଣ୍ଡିବେଡ ଠାରେ ଥିବା ହନୁମାନ ମନ୍ଦିରରେ ୧୭ତମ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ରତୀ ମାନଙ୍କ ଦ୍ବାରା ନିକଟସ୍ଥ ପୋଖରୀରୁ କଳସ ଅଣାଯାଇଥିଲା । ପରେ ପରେ ଜଗନ୍ନାଥ ପଣ୍ଡାଙ୍କ ଦ୍ବାରା ରାମ, ସୀତା, ଶିବ, ପାର୍ବତୀ ଓ ପାର୍ଶ୍ଵ ଦେବାଦେବୀଙ୍କ ପୂଜା ସାଙ୍ଗକୁ ହୋମ ଯଜ୍ଞ କାର୍ଯ୍ୟ ହୋଇଥିଲା । ଏଥିରେ ନିରଞ୍ଜନ ବେହେରା, ପର୍ଶୁରାମ ବେହେରା, ରତ୍ନାକର ବେହେରା, ଶିଶିର କୁମାର ନାୟକ, ଶଙ୍କର୍ଷଣ ରାୟ, ବାସନ୍ତୀ ଲତା ମହାପାତ୍ର, ଜ୍ଯୋତି ରଞ୍ଜନ ବେହେରା, ତପନ କୁମାର ବେହେରା ଓ ବାଉଲି ସେଠୀ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ପାଳନ ହୋଇଥିବା ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ଼ ବନାଞ୍ଚଳ ଦ୍ଵାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ

masiha

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ଭୁବନ ଯୁବ ଯାଦବ ସମାଜର ଯୁବ ପ୍ରତିଭା ସମ୍ମାନିତ

masiha

Leave a Comment

error: Content is protected !!