ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ 

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ 

କେନ୍ଦ୍ରାପଡ଼ା :-ରାଜନଗର :-ଓଡ଼ିଆ ନବ ବର୍ଷ ଓ ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଚାନ୍ଦିବାଉଁଶମୂଳ ଗ୍ରା.ପ.ର ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ତରଫରୁ ରନ୍ଧା ଖାଦ୍ୟ ପରିବେଶ କରାଯାଇ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଆପ୍ୟାୟିତ କରାଯାଇଥିଲା l କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ର ଆରାଧ୍ୟ ଦେବୀ “ମା”ମାଟିଆ ମଙ୍ଗଳା ଙ୍କ ଦର୍ଶନ କରିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ୧୦୦୦ରେ ୧୦୦୦ଭକ୍ତ ମାନଙ୍କର ପ୍ରବଳ ଭିଡ଼ ହୋଇଥାଏ, ଭକ୍ତ ମାନଙ୍କ ପାଇଁ ଆନନ୍ଦ ବଜ଼ାର ରେ ମଧ୍ୟାନରେ ଅନ୍ନର ଵେବସ୍ତା କରି ପ୍ରସଂସାର ପାତ୍ର ହୋଇଛନ୍ତି ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ 2011 ମସିହାର ଛାତ୍ର ଛାତ୍ରୀ ମାନେ ମା ମାଟିଆ ମଙ୍ଗଳା ଟ୍ରଷ୍ଟ କୁ 10000 ଟଙ୍କା ମାଙ୍କ ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରଣାମୀ ଦେଇଛନ୍ତି l ଏହି ଭଳି ଏକ ଅଭିନଵ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଂଶସା କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ, ରାଜନଗର ବ୍ଲକ ର ଆପଦ ମିତ୍ର ମାନେ ଉପସ୍ଥିତ ରହି ଭିଡ ନିୟନ୍ତ୍ରଣ ଓ ଶାନ୍ତି ଶୁଙ୍ଖଳା ରଖା କରିଥିଲେ, ଓ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼କ୍ଟର ମାନଙ୍କ ସହିତ ଖୋଲା ଯାଇଥିବା ପ୍ରାଥମିକ ଚିକତ୍ସା କେନ୍ଦ୍ର ରେ ଫାଷ୍ଟ ଆଡ଼ ସେବା ଯୋଗେଇ ଦେଇଥିଲେ, ରାଜନଗର ପୋଲିସ ସହିତ ମିଶି ଆପଦ ମିତ୍ର ମାନେ ମନ୍ଦିର ଫାଟକ ପରିସରରେ ଭିଡ ନିୟନ୍ତ୍ରଣ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ

masiha

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜଳଧାରା ପ୍ରକଳ୍ପ ଉଦ୍ଘାଟିତ 

masiha

Leave a Comment

error: Content is protected !!