ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜାରାଜୁଡ଼ା ଅମଳର ବାବା ଐଶ୍ବାନେଶ୍ବର ଶୈବପୀଠ ସମ୍ମୁଖରେ ପ୍ରସିଦ୍ଧ ଉଡାପର୍ବ ମହାସମାରୋହରେ ସଂପନ୍ନ; ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ

ରାଜାରାଜୁଡ଼ା ଅମଳର ବାବା ଐଶ୍ବାନେଶ୍ବର ଶୈବପୀଠ ସମ୍ମୁଖରେ ପ୍ରସିଦ୍ଧ ଉଡାପର୍ବ ମହାସମାରୋହରେ ସଂପନ୍ନ; ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ

 ମୟୂରଭଞ୍ଜ -୧୫/୦୪ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବହୁ ପୁରାତନ ବାମନଘାଟୀଉପଖଣ୍ଡର ରାଇରଙ୍ଗପୁର ସହରର ଗଢ ଗ୍ରାମରେ ପ୍ରସିଦ୍ଧ ବାବା ଐଶ୍ବାନେଶ୍ବରଙ୍କ ଶୈବ ପୀଠ ସମ୍ମୁଖରେ ରାଜାରୁଜୁଡା ଅମଳରୁ ୩୦୦ ବର୍ଷରୁ ଉର୍ଦ୍ଧ୍ବ ହେଵଭକ୍ତାଙ୍କ ପାରମ୍ପରିକ ଉଡା ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଜୟ ଶଙ୍କର ମହାଦେବ କମିଟି ତରଫରୁ ଗତ ୧୧ ତାରିଖରୁ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଦିନ ୧୧ ତାରିଖ ଗୁରୁବାର ଦିନ ରାଇରଙ୍ଗପୁର ର ପୂଣ୍ଯତୋୟା ଖଡଖାଈ ନଦୀରୁ ଶୁଭଘଟ ଅଣାଯାଇ ସ୍ଥାପନା କରାଯାଇଥିଲା ।୧୨ ତାରିଖ ତଥା ଶୁକ୍ରବାର ଦିତୀୟ ଦିନ ରାତିରେ ଯାତ୍ରା ଘଟ ଓ କାମିନା ଘଟ ଅଣା ଯାଇ ସ୍ଥାପନା କରା ଯାଇଥିଲା । ସେହିଭଳି ୧୩ ତାରିଖ ଶନିବାର ଦିନ ଡାଳିଭଙ୍ଗା,କାଳିକା ଘଟ ଅଣା ଯାଇ ସ୍ଥାପନା କରାଯାଇଥିଲା ।୧୪ ତାରିଖ ରବିବାର ଦିନ ଭୋର ସମୟରୁ ଗରିଆ ଭାର ଘଟ ଅଣା ଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଅପରାହ୍ନରେ ଖଡଖାଈ ନଦୀ କୂଳରୁ ଶହ ଶହ ଭକ୍ତା ଆଦିରେ ଶୌଚ କରି ଓ ନବ ଵସ୍ତ୍ର ପିନ୍ଧି ଥିଲେ । ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା ।ପ୍ରଥମେ ଦଣ୍ଡ ଭକ୍ତମାନେ ଅଧିଆ ପଡି ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ଥିଲେ ।ପରେ ପରେ ଖଣ୍ଡାପାଟ ଭକ୍ତ ରାଜକୀୟ ପୋଷାକ ପରିଧାନ କରି ମନ୍ଖଣ୍ଡାରେ ଛିଡ଼ା ହୋଇ ସଵାରିରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ।ପରେ ପରେ ମଡାପାଟ କଣ୍ଟାରେ ଶୋଇ ମନ୍ଦିରକୁ ପ୍ରବେଶ କରିଥିଲେ ।ପରେ ପରେ ରଜନୀ ପୋଡ଼ା,ଜିଭଫୋଡା,ପିଠିଫୋଡା,ଜିଭକଣ୍ଟା ଭୋକ୍ତାମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ ଢଙ୍ଗରେ ନାଚି ନାଚି ବାବା ଐଶ୍ବାନେଶ୍ବର ପୀଠକୁ ପରିକ୍ରମା କରି ବାବାଙ୍କ ପାଖରେ ନିଜକୁ ସମର୍ପିତ କରିଥିଲେ । ଏହି ପରଂପରାକୁ ଦେଖିବା ପାଇଁ ହଜାର ଶ୍ରଦ୍ଧାଳୁ ପହଞ୍ଚି ବାବାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ଉଡାପର୍ବ ଦେଖିଥିଲେ ।ମନ୍ଦାର ପହଞ୍ଚିଲାପରେ ଦଣ୍ଡ ଭୋକ୍ତାମାନେ ଉଡା ଖୁଣ୍ଟରେ ଗୋଟେ ପରେ ବନ୍ଧା ହୋଇ ଉଠିଥିଲେ। ଆକାଶମାର୍ଗରୁ ଲଡୁ ଓ ପୁଷ୍ପ ଫିଙ୍ଗି ଥିଲେ । ଏହାକୁ ଧରିବାପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସ ଅଛି ତେଲଗୁ ଓ ପୁଷ୍ପ ଗ୍ରହଣ କଲେ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଫେରି ଆସେ । ୪ ଦିନ ଧରି କମିଟି ତରଫରୁ ଭଜନ, ମେଲୋଡି,ଛଉ,ଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସତ୍ୟ ସାଇ ସେବା ସମିତି,ଓଡ଼ିଶା ବ୍ରାହ୍ମଣ ମହାସଂଘ,ଏବିଭିପି ତରଫରୁ ଜଳ , ଲେମ୍ବୁପାଣି,ସର୍ବତ,ଭିଜାବୁଟ ବଣ୍ଟନ କରାଯାଇଥିଲା । ରାଇରଙ୍ଗପୁର ଥାନାଧିକାରୀ ସୁଚନ୍ଦ୍ର ମହାଳିକଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ଉପରେ କଡା ନଜର ରଖାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ପଞ୍ଚାୟତି ରାଜ ଦିବସ ପାଳନ 

Sunil Chandra Nayak

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

Sunil Chandra Nayak

ବଲାଙ୍ଗିର ଜିଲ୍ଲା କୁ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ

Sunil Chandra Nayak

Leave a Comment

error: Content is protected !!