ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

ଡାକ୍ତର ବୀରକିଶୋର ଦେବତାଙ୍କ ବିୟୋଗ

ରାଉରକେଲା: ରାଉରକେଲାର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ଦେବତାଙ୍କ ମହାପ୍ରୟାଣ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଡାକ୍ତର ବୀରକିଶୋର ଦେବତାଙ୍କ ବୁର୍ଲା ମେଡିକାଲ କଲେଜ ରୁ ଏମବିବିଏସ ଓ କଟକ ମେଡିକାଲ କଲେଜରୁ ଶିଶୁରୋଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଶେଷ ସମୟରେ ସେ ତଲେଗାଁ, ପୁନେ ପାଖରେ ତାଙ୍କ ଜୈଷ୍ଠ ପୁତ୍ର ପ୍ରଫେସର ବିକାଶ ରଞ୍ଜନ ଦେବତାଙ୍କ ପାଖରେ ଥିଲେ । ପ୍ରାୟ ଛ ମାସ ହେଲା ଡାକ୍ତର ଦେବତା ଅସୁସ୍ଥ ଥିଲେ । ତାଙ୍କ ବୃକକ ( କିଡ଼ନୀ) ଠିକ ଭାବରେ କାମ କରୁ ନ ଥିଲା | କିଛିଦିନ ତାଙ୍କର ଡାଏଲିସୀସ ମଧ୍ୟ ଚାଲିଥିଲା |

ଡାକ୍ତର ଦେବତା ଜଣେ ଖୁଵ ଉଚ୍ଚକୋଟୀର ଓ ଲୋକପ୍ରିୟ ଡାକ୍ତର ଭାବରେ ଛେଣ୍ଡରେ ତଥା ରାଉରକେଲାରେ ଜଣାଶୁଣା ଥିଲେ ।ମିଷ୍ଟଭାଷୀ, ସରଳ ତଥା ଜଣେ ସ୍ନେହୀ ମଣିଷ ଭାବରେ ତାଙ୍କର ସୁଖ୍ୟାତି ଥିଲା ।ତାଙ୍କର ଧର୍ମପତ୍ନୀ ରୋଟାରୀଆନ ଅର୍ଚ୍ଚନା ଦେବତା ଜଣେ ସମାଜସେବୀ । ଡାକ୍ତର ଦେବତାଙ୍କ ଜୈଷ୍ଠ ପୁତ୍ର ଡାକ୍ତର ବିକାଶ ରଞ୍ଜନ ଦେବତା ଜଣେ ମ୍ୟାନେଜମେଣ୍ଟ ପ୍ରାଧ୍ୟାପକ ଭାବରେ ପୁନେରେ କାର୍ଯ୍ୟରତ |କନିଷ୍ଠ ପୁତ୍ର ପ୍ରଦୀପ ଭାସ୍କର ଦେବତା ଜଣେ ଅର୍ଥ ବିଶେଷଜ୍ଞ ଓ ପରାମର୍ଶ ଦାତା ଭାବରେ ଇଂଲଣ୍ଡରେ ତାଙ୍କ ପରିବାର ସହିତ ରହନ୍ତି | ତାଙ୍କ ସହଧର୍ମିଣୀ ନୀଲମ ମଧ୍ୟ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପିକା । ଡାକ୍ତର ଦେବତାଙ୍କର ଜଣେ ନାତି ଓ ନାତୁଣୀ ଅଛନ୍ତି । ଡାକ୍ତର ଦେବତା ରାଉରକେଲା ଇସ୍ପାତ କାରଖାନାର ସେବାନିବୃତ ମହାପ୍ରବନ୍ଧକ ତଥା ରୋଟାରିଆନ ଅଜିତ ପୁଜାରୀ ଙ୍କ ଭିଣୋଇ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ଆୟୁଷ ସେବାର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ବାଗତ ଜଣାଇଲା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ

masiha

Leave a Comment

error: Content is protected !!