ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକରେ ପ୍ରଚାର ଆରମ୍ଭ

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକରେ ପ୍ରଚାର ଆରମ୍ଭ

କୋକସରା,୧୫/୪ // ବିଜେଡ଼ିର ଟିକେଟ ଘୋଷଣା ପରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହୋଇ ଉଠିଛି। ଧର୍ମଗଡ ବିଧାନସଭା ଅଧିନରେ ଥିବା କୋକସରା ବ୍ଲକରେ ବିଜେଡ଼ି ପକ୍ଷରୁ ପ୍ରଚାର ଆରମ୍ଭ କରି ଶଙ୍ଖନାଦ କରିଛନ୍ତି ବିଜେଡିର ସାଂସଦ ପ୍ରତିନିଧି ଲମ୍ବୋଧର ନିଆଲ ଓ ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଶତାଧିକ ଦଳୀୟ କର୍ମୀଙ୍କୁ କ୍କଧରି ପ୍ରଚାର ଆରମ୍ଭ କରିଛନ୍ତି । ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା,ଟେମରା ପଞ୍ଚାୟତର କର୍ଲାଗୁଡ଼ା, ହଂସପଡ଼ା, ନୂଆପଡ଼ା, ସିର୍ଲିଗୁଡ଼ା ଆଦି ଗ୍ରାମରେ ପ୍ରଚାରର ଶଙ୍ଖନାଦ କରିଛନ୍ତି। ସବୁଠାରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ ସାଧାରଣଙ୍କ ପାଇଁ ରହିଥିବା ଯୋଜନା ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୫ଟି ଯୋଜନାରେ ହୋଇଥିବା ରୂପାନ୍ତରିତ ବିକାଶକୁ ନେଇ ଭୋଟରଙ୍କ ନିକଟରେ ବିଜେଡି ସପକ୍ଷରେ ସାଂସଦ ଓ ବିଧାୟକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଦୁଇ ନେତାଙ୍କ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ବୈଜୟନ୍ତି ପୁଝାରି, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ନିଆଲ, ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଋତୁରାଜ ମାଝୀ, ରାଜେନ୍ଦ୍ର ନାଏକ, ଚୌଧୁରୀ ଦୁର୍ଗା ସମେତ ଶତାଧିକ ଦଲୀୟ କର୍ମି ଉପସ୍ଥିତ ରହି ପ୍ରଚାର କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

ବହଳଦା ବ୍ଲକ ୨୫ ନଂ ଜୋନର କଂଗ୍ରେସ ଦଳ ର କର୍ମକର୍ତ୍ତାମାନଙ୍କ ବୁଥ୍ ଲେବେଲ ବୈଠକ 

କଟକ ସଦର ମାଟିର ଶାଶ୍ଵତ ସ୍ପନ୍ଦନ ଇଂ.ପ୍ରକାଶ ଚନ୍ଦ୍ର ସେଠୀ 

masiha

Leave a Comment

error: Content is protected !!