ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର

୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ବସ୍ତା ,୧୭।୪ : ରୂପସା ଥାନା ଅଧୀନସ୍ଥ କସିପଦା ପଞ୍ଚାୟତ ଅନ୍ତର୍ଗତ କସିପଦା ଗ୍ରାମରେ ବୁଧବାର ପୂର୍ବାହ୍ଣରେ ଗ୍ରାମର କୈଳାସ ଗିରିଙ୍କ ଘରେ ହଠାତ୍ ନିଅ‌ାଁ ଲାଗିଯାଇ ୩ ବଖରା ଝାଟିମାଟି ଘର ପୋଡ଼ି ପାଉଁଶ ହେବା ସହିତ ଅଗ୍ନିକାଣ୍ଡରେ ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଛି।ଘଟଣାରୁ ପ୍ରକାଶ ଆଜି ପୂର୍ବାହ୍ଣ ୧୧:୩୦ ସମୟରେ ଉମାକାନ୍ତ ଓ ତାଙ୍କ ପୁତ୍ର ଘରେ ନଥିବା ସମୟରେ ଘରର ଉପର ଚାଳରେ ନିଆଁ ଲାଗିଯାଇଥିଲା।ଚାଳ ତଳେ କୌଣସି ମାଟି ଛାତ ନଥିବାରୁ ନିଆଁ ହୁଳା ତଳେ ପଡ଼ିବାରୁ ଘରେ ଥିବା କୈଳାସଙ୍କ ସ୍ତ୍ରୀ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିଲେ।ସ୍ତ୍ରୀର ଚିତ୍କାର ଶୁଣି ନିଆଁ ଲିଭାଇବା ପାଇଁ ପାଖ ପୋଡ଼ଶୀ ସେଠାକୁ ଧାଇଁ ଆସିଥଲେ।ନିମିଷକ ମଧ୍ୟରେ ଚାଳରୁ ନିଆଁ ଘରର ଚାରିଆଡ଼କୁ ସଞ୍ଚାରିତ ହୋଇଯିବାରୁ ଘରର ସମସ୍ତ ଆସବାପତ୍ର ପୋଡ଼ି ଛାରଖାର ହୋଇଯାଇଥିଲା।ଏହା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।ମାତ୍ର ଦମକଳ ବାହିନୀ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଘରଟି ପୋଡ଼ି ଛାରଖାର ହୋଇଯାଇଥିଲା।ଏହି ଅଗ୍ନିକାଣ୍ଡରେ କୈଳାସଙ୍କର ଘରେ ସଞ୍ଚିତ ଥିବା ଧାନ,ଚାଉଳ,ଲୁଗାପଟା,ଘରେ ଥିବା ଟଙ୍କା ପଇସା,ଅଳଙ୍କାର ସମେତ ପାଖାପାଖି ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡିଯାଇଛି।ଖବର ପାଇ ସ୍ଥାନୀୟ ସରପଞ୍ଚ ଗଙ୍ଗାମଣି ବେହେରା,ସରପଞ୍ଚ ପ୍ରତିନିଧି ଜଗଦୀଶ ବେହେରା,ସମିତି ସଭ୍ୟା ପ୍ରତିନିଧି ବଂଶୀଧର ପଣ୍ଡା,ଯୁବ ସମାଜସେବୀ ବିନୟ କୁମାର ବେହେରା,ନାଏବ ସରପଞ୍ଚ ଗଦାଧର ବଢେଇ ଉକ୍ତ ପରିବାକୁ ଭେଟି ପିନ୍ଧିବା ବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ବେଳେ ରାଜସ୍ବ ନିରୀକ୍ଷକ ପହଞ୍ଚି ଜରିପାଲ ପ୍ରଦାନ କରି କ୍ଷୟକ୍ଷତିର ଆକଳନ ଜାରି ରଖିଥିଲେ।ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ 

masiha

ଇଣ୍ଡୋନେସିଆ ଭାଷାରେ ଅନୁବାଦିତ ହେଲା ଡ଼.ନିଆଲଙ୍କ କବିତା

masiha

ଧାମରା ସଂଘର ବାର୍ଷିକ ଉତ୍ସବ ଓ ମକର ମିଳନ

masiha

Leave a Comment

error: Content is protected !!