ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା – ପଳାଶ ଫୁଲ

ପଳାଶ ଫୁଲ

 

ସରୋଜ କୁମାର ସାହୁ

 

କେତେ ଯତନରେ ଗଢିଛି କିଏଲୋ

ଏତେ ରଙ୍ଗ ଦେହେ ଭରି

ଯେତେଦୂରେ ତୋର ପଡିଲେ ନଜର

କ୍ଷଣିକରେ କରୁ ଚୋରୀ ।

ମାଖିଛି ସେ ପୁଣି ତୋର ମନ ଜାଣି

କଅଁଳ ଦେହକୁ ନାଲି

ଅତି ସରାଗରେ ଫୁଟି ଅଛୁ ତୁହି

ହସ ଭରି ଖିଲି ଖିଲି ।

ବରଷକେ ପୁଣି ଆସୁ ଏ ଧରାରେ

ପେନ୍ଥା ପେନ୍ଥା ତୋର ଫୁଲ

ନାହିଁ ତୋର ବାସ କରିଛୁ କି ଦୋଷ

ଜନ ମାନସରେ ମୂଲ ।

ରୂପରେ ତୋହର କିଏ ହେବ ସରି

ସବୁଠୁ ଅଭିନ୍ନ ତୁହି

ଲାଗେନା କାହାର ପୂଜା ପ୍ରାର୍ଥନାରେ

ଯେତେସଜ ଥିଲେ ହୋଇ ।

ବହଳ ରଙ୍ଗରେ ସଜେଇ ହୋଇକି

ଧରି ତୁ ଫଗୁଣ ଆସୁ

ଗୋଟେ ଦିନ ପାଇଁ ତୋହରି ଆଦର

ଗାଁ ଦାଣ୍ତ ପରେ ଦିଶୁ ।

ଭୂମିପରେ ଝଡି ଦେଉ ତୁ ଅଜାଡି

ମନୋରମ ଶୋଭାରାଜି

ରୂପ ଗୁଣ ତୋର ଜିଣିବ ହୃଦୟ

ପାରୁ ତୁହି ସବୁ ବୁଝି ।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

Related posts

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦଯାପିତ

Sunil Chandra Nayak

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପରେ ପଡ଼ିଯିବାରୁ ମହିଳା ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!