ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜୁଜନତା ଦଳ

ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜୁଜନତା ଦଳ

ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳର ଏକ ବଡ ରାଲି, ପ୍ରଚାର ମଇଦାନକୁ ଓହ୍ଲାଇଲା ଦଳ, ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ ପାଳିବା ସହ ବିଜେଡି ର ଦ୍ଵିତୀୟ କାର୍ଯ୍ଯାଳୟ ଉଦଘାଟନ କଲେ ।

ରାୟଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଏନ୍ ଭାସ୍କର ରାଓଙ୍କ ନେତୃତ୍ବରେ ବିଜୁ ବାବୁଙ୍କ 27 ତମ ସ୍ମୃତି ଦିବସ ପାଳନ କରିବା ଅବସରରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ଏକ ବଡ ପଟୁଆରରେ ବାଇକ ରାଲି ବାହାରି ସହର ପରିକ୍ରମା କରିବା ପରେ ହୋଟେଲ ତେଜସ୍ବୀ ସମ୍ମୁଖ ପଡିଆ ଠାରେ ପହଞ୍ଚି ବିଜୁଜନତା ଦଳର ନୂତନ କାର୍ଯ୍ଯାଳୟର ଶୁଭ ଉଦ୍ଘାଟନ କରିଥିଲେ | ଏହି ଅବସରରେ ବିଜୁଜନତା ଦଳର ରାୟଗଡ ଜିଲ୍ଲା ପର୍ଯ୍ଯବେକ୍ଷକ ଶ୍ରୀ ଅତୁନ ସବ୍ଯସାଚୀ ନାଏକ, ମୁଖ୍ଯ ଅତିଥି ରୂପେ ଯୋଗଦେଇ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟପଣ କରି ସଭାଯାତ୍ରାରେ ବାହାରିଥିଲେ | ତାଙ୍କ ସହିତ ରହିଥିଲେ ଜିଲ୍ଲା ସଭାପତି ଏନଭାସ୍କର ରାଓ ଏବଂ 2024 ସାଧାରଣ ନିର୍ବାଚନ କୋରାପୁଟ ଲୋକସଭା ପ୍ରାର୍ଥିନୀ କୌଶଲ୍ଯା ହିକକା ସମେତ ରାୟଗଡ ବିଧାୟକ ପ୍ରାର୍ଥିନୀ ଅନୁସୂୟା ମାଝି ଏବଂ ଦଳର ବହୁ ନେତା ଓ କର୍ମୀ ରହିଥିଲେ | ଗତ କଥାକୁ ଭୁଲି ସମସ୍ତେ ଏକ ହୋଇ ଚଳିତ ନିର୍ବାଚନରେ ଦଳିୟ ପ୍ରାର୍ଥିଙ୍କୁ କେମିତି ଜିତାଯାଇପାରିବ ସେଥିପ୍ରତି ଦୃଷ୍ଠି ଦେବାକୁ କର୍ମୀ ସମ୍ମିଳନୀ ସଭାରେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ, ଏହି ରାଲିରେ ଶହ ଶହ କର୍ମୀ ଓ ନେତା ଯୋଗଦେଇଥିଲେ | ରାୟଗଡରେ ଆୟୋଜିତ ସଭାଶେଷ ପରେ କାଶୀପୁର ଠାରେ ମଧ୍ଯ ଏକ ସଭାର ଆୟୋଜନ କରାଯାଇଥିବା ଜଣାପଡିଛି | ଏହି ସଭାରେ କାଶୀପୁର ବ୍ଲକର କିଛି ତୁଙ୍ଗନେତାଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା | ସେମାନଙ୍କ ମଧ୍ଯରେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ବିଧାୟକ ବିଭିଷଣ ମାଝୀ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ଯମାନେ ଯୋଗଦେଇଥିଲେ |

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀମନ୍ତ ରଥ ହେଲେ ଚାନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ସଭାପତି

Sunil Chandra Nayak

ରାଜ୍ୟରେ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରିଲା ବିଜେଡି

Sunil Chandra Nayak

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ମେ’ ମାସ ୧ ରୁ ପାର୍ଟିର ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ: ବିରଂଚି ନାରାୟଣ ତ୍ରିପାଠୀ

Sunil Chandra Nayak

Leave a Comment

error: Content is protected !!