ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

ନବରଙ୍ଗପୁର:(ରବିନାରାୟଣମହାନ୍ତି)(୧୯/୪) ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର ହୋଇଛନ୍ତି | ସୂଚନା ପ୍ରକାରେ ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ବଙ୍କା ସାହିର ଦେବକୀ ମାଝୀ (୬୫) ଘରେ ଶୋଇଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କ ଡାହାଣ ଗୋଡ଼ରେ ଚୋଟ ମାରିଥିଲା | ଏହାଜାଣି ମହିଳା ପାଟିକରିବାରୁ ପଡିଶା ଘର ମହମ୍ମଦ ୟାସିନ ତୁରନ୍ତ ତାଙ୍କୁ ନିଜ ବାଇକ ରେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରି ମାନବିକତା ର ପରିଚୟ ଦେଇଛନ୍ତି | ଏହାପରେ ଡ଼. ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ | ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ସୂଚନା ମିଳିଛି | ମହମ୍ମଦ ୟାସିନ ଙ୍କ ଏହି ମହାନ କାର୍ଯ୍ୟପାଇଁ ଜନ ସାଧାରଣରେ ତାଙ୍କୁ ସାଧୁବାଦ ର ଶୁଭେଚ୍ଛା ଛୁଟିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

ଶିକ୍ଷକ ବିଭୁତି ଭୂଷଣ ତାଣ୍ଡିଙ୍କୁ ‘ସମାଜ ରତ୍ନ ସମ୍ମାନ’ ସମାଜସେବା ଓ ଅବହେଳିତଙ୍କ ସହାୟତା ପାଇଁ ମିଳିଲା ସମ୍ମାନ

Sunil Chandra Nayak

ଶିଳ୍ପୀ ଗତି କୃଷ୍ଣ ନାଏକ ପାଇଲେ ଶରତ କୁମାର ରଥ ମେମୋରିଆଲ ପୁରସ୍କାର 2023

Sunil Chandra Nayak

Leave a Comment

error: Content is protected !!