ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ଼ଙ୍ଗରିଗୁଡାରେ ବିଜେଡି ର କର୍ମୀ ସମ୍ମିଳନୀ 

ଡ଼ଙ୍ଗରିଗୁଡାରେ ବିଜେଡି ର କର୍ମୀ ସମ୍ମିଳନୀ 

ଡାବୁଗାଁ, ୨୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତର ଡ଼ଙ୍ଗରିଗୁଡା ଗ୍ରାମ ପଡିଆ ଠାରେ ବ୍ଲକ ବିଜେଡି ତରଫରୁ ଏକ କର୍ମୀ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏହି ବିଜେଡିର ଡାବୁଗାଁ ବିଧାୟକ ପାର୍ଥୀ ମନୋହର ରନ୍ଧାରୀ ଯୋଗ ଦେଇ ଏହି ନିର୍ବାଚନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ | ଏହାସହ କର୍ମୀ ମାନଙ୍କୁ ପ୍ରତି ଗ୍ରାମରେ ଘର ଘର ବୁଲି ଭୋଟ ମାଗିବାକୁ ପରାମର୍ଶ ଦିଆଯାଇଥିଲା | ଏହାସହ ଡ଼ଙ୍ଗରିଗୁଡା ପଞ୍ଚାୟତ ର ବୋରିପଦର ଗ୍ରାମର ପାଲିତ ସୁନା ଙ୍କ ପରିବାର ସହ ୧୪ ଟି ପରିବାର ବିଭିନ୍ନ ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ | ଉକ୍ତ ସଭାରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ଏମପି ପ୍ରତିନିଧି ଏମ ଆପ୍ପା ରାଓ , ଡାବୁଗାଁ ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ବିଜୟ କୁମାର ବେହେରା, ଡ଼ଙ୍ଗରିଗୁଡା ସରପଞ୍ଚ ରାମକୁମାର ଗଣ୍ଡ, ସମିତିସଭ୍ୟ ଓ ବହୁ କର୍ମୀ ମାନେ ସାମିଲ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତିରିଂ ବ୍ଳକର ପଣ୍ଡୁପାଣି ପଞ୍ଚାୟତର ଜଟା ଗ୍ରାମରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡିରେ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

Leave a Comment

error: Content is protected !!