ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେଲ ଛାତ୍ରୀ ପାସ ସାର୍ଟିଫିକେଟ ଦେଇ ହାତେଇଲେ ଚାକିରୀ

ଫେଲ ଛାତ୍ରୀ ପାସ ସାର୍ଟିଫିକେଟ ଦେଇ ହାତେଇଲେ ଚାକିରୀ

ରାଉରକେଲା : ଯୁକ୍ତ ୨ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରୀ କୌଣସି ପ୍ରକାରେ ପାସ୍ ସାର୍ଟିଫିକେଟ ଦେଇ ଅଙ୍ଗନବାଡ଼ି ଚାକିରୀ ହାତେଇଥିବା ଏବେ କୁଆଁରମୁଣ୍ଡା, କଚାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ ଜନୈକ ଲୁଗୁନ ଟାଇଟଲ ଧାରୀ ମହିଳା ନୁଆଗାଁ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୧୪ ମସିହାରେ ଯୁକ୍ତ ୨ ପରୀକ୍ଷାରେ ଫେଲ୍ ହୋଇଥିଲେ। ତେବେ ଏଥିମଧ୍ୟରେ କୁଆଁରମୁଣ୍ଡା ସ୍ଥିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞାପନ ସଂଖ୍ୟା ୬୮୦, ତା ୨୦/୧୨/୨୦୨୩ ରିଖ ଦିନ ଆଦିବାସୀ ବର୍ଗର ଯୋଗ୍ୟ ପ୍ରାର୍ଥିନୀଙ୍କ ଠାରୁ ଅଙ୍ଗନବାଡ଼ି କର୍ମୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଥିଲା। ଏଥିରେ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାଶ ବା ତଦୁର୍ଦ୍ଧ୍ବ ରଖାଯାଇଥିଲା। ଏପରି ସ୍ଥଳେ ଜନୈକା ଲୁଗୁନ ଉପରୋକ୍ତ ବିଦ୍ୟାଳୟର ସାର୍ଟିଫିକେଟ, ମାର୍କ ସିଟ୍ ଗତ ୨୬/୧୨/୨୦୨୩ ଦିନ ଡିପୋଜିଟ କରିଥିଲେ। ତେଣୁ ସମ୍ପୃକ୍ତ କାର୍ଯ୍ୟାଳୟର ଚିଠି ନମ୍ବର ୧୪୦, ତା ୦୭/୦୨/୨୦୨୩ ରିଖ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀ ରୂପେ ଚାକିରୀ ରେ ନିଯୁକ୍ତି ପାଇଥିଲେ। ତେବେ ଏହାକୁ ଚାଲେଞ୍ଜ କରି ତାଙ୍କର ଜନୈକା ନିକଟତମ ପ୍ରତିଯୋଗୀ ସୂଚନା ଅଧିକାର ଆଇନ ବଳରେ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ତଥ୍ୟ ମାଗିଥିଲେ । ଅଧ୍ୟକ୍ଷ ଚିଠିର ପ୍ରତ୍ୟୁତ୍ତରରେ ଜଣେଇଲେ ଯେ, ଲୁଗୁନ ପରୀକ୍ଷାରେ ପାଶ କରିନାହାନ୍ତି, I ବିଦ୍ୟାଳୟର ଚିଠି ନଂ ପିଏସଏଚଏସିଏନ/୩୦୮୮ ତା ୨୨/୦୨/୨୦୨୪ ରିଖରେ ରେ ଆବେଦନ କାରୀଙ୍କୁ ଓ କୁଆଁରମୁଣ୍ଡା ସିଡିପିଓ ଙ୍କୁ ଅବଗତ କରାଇଥିଲେ। ତେବେ ଯଦି ଏକଥା ସତ୍ୟ ତେବେ ଜନୈକା ଲୁଗୁନ ଗତ ୨୬/୧୨/୨୦୨୩ ରେ ଦେଇଥିବା ମାର୍କ ସିଟର ବୈଧତା କେତେ ? ଏନେଇ ସିଡିପିଓ ଆନାସ୍ଥାସିଆ ଲାକ୍ରାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଜନୈକା ଲୁଗୁନ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାସ୍ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟର ଅଧ୍ୟକ୍ଷ ଉକ୍ତ ଛାତ୍ରୀ ପରୀକ୍ଷା ରେ ପାସ୍ କରିନଥିବା କଥା କହୁଥିବା ବେଳେ ସିଡିପିଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍ କରିଥିବା କଥା କହୁଛନ୍ତି। ତେଣୁ ଏପରି ସ୍ଥଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ , ଜିଲ୍ଲାପାଳ ଏଦିଗରେ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ମୃତ୍ୟୁ

Sunil Chandra Nayak

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

masiha

Leave a Comment

error: Content is protected !!