ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଭିଡ ଫୀଳିପ ଙ୍କ କବିତା – ମନ ର ଆଳାପ

ମନର ଆଳାପ

ମନ, ମୋ ମନକୁ କହିଲା,

ତୁ, ନା ନିଜକୁ ଭଲ ପାଉଛୁ

ନା, ମୋତେ ଭଲ ପାଉଛୁ 

 

ଖୋଜି ବୁଲୁଛୁ ବାହାରେ, କିଏ ମୋତେ ଭଲ ପାଆନ୍ତା କି?

ଗେଲ, କୋଳ, ଚୁମା, ଆଲିଙ୍ଗନ କରନ୍ତା କି?

ମୋ ପାଖେ ବସନ୍ତା କି?

ମୋ କଥା ଶୁଣନ୍ତା କି?

 

ସ୍ଥାବର, ସମ୍ମାନ, ସ୍ଵୀକୃତି, ପଦବୀରେ ତୁ ମତୁଆଲ୍

ପାଇଲି, ହରାଇଲିରେ ସଂସାର

ଦେଲି ନେଲି ରେ ମ୍ରିୟମାଣ

 

ଦେଖ, ମୁଁ ଖାଲି ତୋ ସାଙ୍ଗରେ ଅଛି

ତୋ କଥା ଭାବୁଛି

ତୋତେ ଦେଖୁଛି

ତୋ କଷ୍ଟ ଜାଣିଛି

ତୁ, ଶୋଇଲେ ଜଗୁଛି

ତୋତେ କଷ୍ଟ ହେଲେ, ମୁଁ କଷ୍ଟ ପାଉଛି

ତୁ ହାରିଲେ, ମୁଁ ହାରୁଛି

ଏଇ ମୋର ଦୁଃଖ

 

ମୁଁ, ତୋତେ ନେଇ ବଞ୍ଚି ଆସିଛି

ତୁ, ମୁଁ ଯେ, ତୋ ସହିତ ଅଛି, କେବେ ଭାବି ପାରୁନୁ

 

ଏ ମନ,

ଆ, ମୋ ସାଙ୍ଗେ କଥା ହୁଅ

ମୋତେ ଟିକେ ଦେଖ, ଶୁଣ, ଆଉ ମୋତେ ଭଲ ପା

ଦେଖିବୁ, ଭରିଦେଵି, ପ୍ରେମରେ, ତୋର ସଂସାର

 

ଆଉ ରହିବୁନି

ସ୍ଥାବର, ସମ୍ମାନ, ସ୍ଵୀକୃତି, ପଦବୀରେ ହୋଇ ମାତୁଆଲ

ପାଇଲି, ହରାଇଲିରେ ସଂସାର,

ଦେଲି ନେଲି ରେ ନହେବୁ ମ୍ରିୟମାଣ,

 

ଏ ମନ, ମୋତେ, ତୁ ଟିକେ ଭଲପା

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧

 

Related posts

ଧର୍ମ ରାଜ ପ୍ରଧାନ ଙ୍କ କବିତା – କବି

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ହୃଷୀକେଶ ଜାଲି , ମୁନିଗୁଡ଼ା, ରାୟଗଡ଼ା ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

କ୍ରେଡିଟ ଏକସିସ ଗ୍ରାମୀଣ କୋଟା ପକ୍ଷରୁ ଥାନାକୁ ଉପହାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!