ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ

ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ 

ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ଯାହାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ନିଜର ପ୍ରାକ୍ ପ୍ରସ୍ତୁତି ଓ ତତ୍ପରତା ପ୍ରକାଶ ପାଇଛି । ବଣାଗ୍ନୀ ସଙ୍କଟ ଦୂର କରିବା ପାଇଁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରତେକ ଗାଁ ରେ ଅନେକ ଜନ ସତେଚନା କାର୍ଯ୍ୟକ୍ରମ କରାଯାଇଥିଲେ ସୁଦ୍ଧା କିଛି ଦୁର୍ବୁତ୍ତ ମାନେ ଜାଣି ଶୁଣି ନିଆଁ ଲଗାଉଥିବା ଅଭିଯୋଗ ହଉଚି। ବର୍ତ୍ତମାନ ପଡୁଚାଷ ପାଇଁ ଅନେକ ଜାଗାରେ ନିଆଁ ଲଗାଇ ଦେଉଛନ୍ତି, ବଣାଗ୍ନୀ ନିରୋଧ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସତେଚନା ସବୁ କାଗଜ କଲୋମ ରେ ହିଁ ସୀମିତ ସହୁଛି। ଦୁଇ ଦିନ ଧରି ବର୍ଷା ହେଉଥିବାରୁ ବିଭାଗ ଆଶ୍ବସ୍ତି ରେ। ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ଜିଲାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲାଣି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ଉପରେ ରହୁଛି। ଗୋଟିଏ ପଟେ ରୌଦ୍ର ତାପରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅନ୍ୟପଟେ ବଣ, ଜଙ୍ଗଲରେ ନିଆଁ ଲାଗି ଗରମ ଓ ଗୁଳୁଗୁଳିକୁ ଦ୍ବିଗୁଣିତ କରି ପକାଉଛି । ତେବେ ଜନସଚେତନ ଓ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବାପେକ୍ଷା ଏବେ ପୋଡୁ ଚାଷ ପାଇଁ କିଛି ଅଞ୍ଚଳରେ ନିଆଁ ଲଗାଯାଉଥିବା ଜଣାପଡିଛି। ତେବେ ପାହାଡ଼ରେ ଚଲା ରାସ୍ତା ପାଇଁ ସୁବିଧା ଓ ସଲପ ରସ ପିଇବାକୁ ଯାତାୟତରେ ସୁବିଧା ହେବ ବୋଲି ଦୁର୍ବୁତ୍ତମାନେ ପାହାଡ଼ରେ ନିଆଁ ଲଗାଇଦେଉଥିବା ବେଳେ କିଛି ଶିକାରୀ ଜଙ୍ଗଲର ଜୀବଜନ୍ତୁଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଫାଇଦା ନେଉଥିବା ବନ ବିଭାଗ ଖବର । ସେମାନଙ୍କୁ ଧରିବା ପାଇଁ ବନ ବିଭାଗର ଟିମ ଚେଷ୍ଟା ଚଳାଇଥିବା ରାୟଗଡା ରେଞ୍ଜର କାମେଶ୍ୱର ଅଚାରୀ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ସମେତ ରାଜସ୍ବ ଜଙ୍ଗଲ ଓ ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଉଥିବାରୁ ଗୁମ୍ମା ଓ ଅଖୋପାଖ ବନାଞ୍ଚଳରେ ୨୪ ଘଣ୍ଟିଆ ପଟ୍ରୋଲିଙ୍ଗ ସହ ରାୟଗଡା ବନାଞ୍ଚଳର ନିଆଁ ଜଗୁଆଳିଙ୍କୁ ଦଳ ଦଳରେ ବିଭକ୍ତ କରାଯାଇ ବିଭିନ୍ନ ଜଙ୍ଗଲକୁ ସୁରକ୍ଷା ଯୋଗାଇବା କାର୍ଯ୍ୟ କରୁଛନ୍ତି। ସେହିପରି ରାୟଗଡା ବନାଞ୍ଚଳରେ ୧୩୦ ଟି ବନ ସଂରକ୍ଷଣ ସମିତି ସମେତ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ମିଶି ମୋଟ ୪୦୫ ଟି ଗ୍ରାମରେ ସଚେତନତା ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ରାୟଗଡା ବନାଞ୍ଚଳ ଅଧିକାରୀ କାମେଶ୍ୱର ଅଚାରୀ ,ଫୋରେଷ୍ଟର ଡମ୍ବରୁଧର ନାୟକ,ଫୋରେଷ୍ଟର,ପ୍ରାଦୁମ୍ନ କୁମାର ବେହେରା ଫୋରେଷ୍ଟର, ଗୌରୀ ଶଙ୍କର ସାହୁ, ସମୀର କୁମାର ସାହୁ ଫୋରେଷ୍ଟ ଗାର୍ଡ, ପ୍ରଦୀପ କୁମାର ସହୁ ଗାର୍ଡ, ଲାବଣ୍ୟ ମାଝୀ ଗାର୍ଡ, ପ୍ରସାଦ ବେହେରା, ବି ଭାସ୍କର, ଶକୁନ୍ତଳା କଣ୍ଡଗିରି, ନିରୁପମା ମହାପାତ୍ର, ଓ ୨୨ ଜଣ ପାରା ସ୍କ୍ୱାଡ଼ ଓ ବନାଞ୍ଚଳ କର୍ମଚାରୀ ଙ୍କ ନେତୃତ୍ୱରେ ବନ ସଂରକ୍ଷଣ ସମିତି ସମେତ ଅନେକ ଥର ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କରାଯାଇଛି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍ ଘାଟ୍ ପାଳିତ

Sunil Chandra Nayak

ଶଶୀ ପ୍ରଧାନୀ: ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ମିଳିବ ବୋଲି ବର୍ଷ ବର୍ଷ ବିତିଲା ଏପଟେ ବର୍ଷା ବି ସାଜିଲା ବୈରି

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ 

Leave a Comment

error: Content is protected !!