ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମର ଗ୍ରାମଦେବତୀ ମା’ କୁଲେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଭାଗବତ ମେଳଣ ଅନୁଷ୍ଠିତ ହୋଇଯାଇଛି। କନ୍ଦରପୁର ଗ୍ରାମର ଅଧିକାରୀ ଜଟାଧାରୀ ରାଉତଙ୍କ ନିର୍ଦ୍ଦେଶରେ ଏବଂ କାଳନ୍ଦୀ ଚରଣ ସ୍ୱାଇଁ ଓ ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ମୋଟ ୧୯ଟି ସୁସଜ୍ଜିତ ବିମାନ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଭାଗବତ ମେଳଣ ଉତ୍ସବକୁ ଗ୍ରାମର ପ୍ରକାଶ ସ୍ୱାଇଁ,ପ୍ରଶାନ୍ତ ତରାଇ,ସର୍ଦାରି ସ୍ୱାଇଁ,ସମ୍ବିତ ସ୍ୱାଇଁ,ଅରୁଣ ପ୍ରଧାନ, ପ୍ରଶାନ୍ତ ସ୍ୱାଇଁ,ଅମୂଲ୍ୟ ତରାଇ,ବିକି ଓଝା,ବବୁଲ ସ୍ୱାଇଁ,ମକୁ ସ୍ୱାଇଁ, ଶ୍ରୀଧର ସ୍ୱାଇଁ,ଶଶିକାନ୍ତ ସ୍ୱାଇଁ,ନିଲୁ ସାହୁ,ଶ୍ରୀହରି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଯୁବ ଭାରତ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ 

masiha

ଲାଞ୍ଜିଗଡ଼ ଠାରେ ରେ ଦେୱାନି ଜଜ ତଥା ପ୍ରଥମ ଶ୍ରେଣୀ  ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦଘାଟିତ

masiha

କୋକସରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

masiha

Leave a Comment

error: Content is protected !!