ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଖର ନାଗ ଦଂଶନରେ ମହିଳାଙ୍କ ମୃତୁ

ଜୁନାଗଡ଼,୭/୮(ନି.ପ୍ର) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଶର ଗ୍ରାମର ଜଣେ ମହିଳା ନାଗସାପ ଦଂଶନ କରିବା ରୁ ମୃତ୍ୟୁ ହୋଇଛି । ଚିଙ୍ଗୁଡ଼ିଶର ଗ୍ରାମର ପରମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ବାଳ ସନ୍ଧ୍ୟା ୬.୩୦ ସମୟରେ ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ । ଶୌଚସାରି ଫେରୁଥିବା ବେଳେ ଅନ୍ଧାରରେ ଗୋଖର ନାଗସାପ ଗୋଡ଼ରେ ଦୁଇଥର ଦଂଶନ କରିଥିଲା । ଯେହେତୁ ଗ୍ରାମରେ ଏକ ବିବାହ ଥିବାରୁ ତାଙ୍କ ସ୍ବାମୀ ବରଯାତ୍ରୀ ସହିତ ଯାଇଥିଲେ । ପରେ ଗ୍ରାମର ସମ୍ପର୍କୀୟ ମାନେ ବାସନ୍ତୀଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବାସନ୍ତୀ ବିଶ୍ବାଳଙ୍କ ମୃତ୍ୟୁ ହୋଇଯାଇଥିଲା । ବାସନ୍ତୀଙ୍କ ଛୋଟ ପୁଅ ଓ ଝିଅ ଅଛନ୍ତି । ଏନେଇ ସ୍ଥାନୀୟ ଥାନାରେ ଏକ ଅପମୃତୁ ମାମଲା ରୁଜୁ ହୋଇଛି। ଜୁନାଗଡ ରୁ ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ ।

 

 

 

 

Related posts

ଆୟ ବର୍ହିଭୂତ ସଂପତି ଠୁଳ ମାମଲା

Sunil Chandra Nayak

ଧର୍ମଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ, ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହେଲେ ସମସ୍ତ କର୍ମକର୍ତ୍ତା

ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜ ପକ୍ଷରୁ ସର୍ଵଭାରତୀୟ ଜୁନିୟର ଖୋ ଖୋ କ୍ରୀଡା ପ୍ରତିଯୋଗିତା ଆରମ୍ଭ , ୧୦ ଗୋଟି ରାଜ୍ୟର କୋଡିଏଟି ଦଳ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!