ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ରଣନୀତିରେ ସର୍ବାଗ୍ରେ ବିଜେଡ଼ି 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ରଣନୀତିରେ ସର୍ବାଗ୍ରେ ବିଜେଡ଼ି 

ଜୁନାଗଡ଼,୨୧/୦୪,(ମ ନି ସ):ଦେଶ ଓ ରାଜ୍ୟସାରା ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ସମେତ ଆଞ୍ଚଳିକ ଦଳ ମାନେ ମଧ୍ୟ ନିର୍ବାଚନ ବୈତରଣୀ ପାର ହେବା ପାଇଁ ନିଜ ନିଜର ରଣ କୌଶଳ ଆପଣାଉଛନ୍ତି। ଏହି କ୍ରମରେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ମଧ୍ୟ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀର କ୍ରମାଗତ ଦୁଇଥର ବିଧାୟକ ଥିବା ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏଥର ମଧ୍ୟ ରାଜ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ବିଜୁ ଜନତା ଦଳ ରାଜ୍ୟ ଶାସକ ଦଳ ହୋଇଥିବାରୁ ୬ ମାସ ପୂର୍ବରୁ ହିଁ ନିଜର ସାଂଗଠାନିକ କାର୍ଯ୍ୟକଳାପ ଜାରୀ ରଖିଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସବୁ ପଞ୍ଚାୟତରେ କାର୍ଯକ୍ରମ କରାଯାଇ ଲୋକଙ୍କ ନିକଟ ତର ହେବାର ପ୍ରୟାସ କରଯାଇଥିଲା। ଶ୍ରୀ ମିଶ୍ରଙ୍କ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀତ୍ବ ଘୋଷଣା ପରେ ଦଳୀୟ କାର୍ଯ୍ୟକର୍ତ୍ତା ସହିତ ତାଙ୍କର ଅନୁଗତ ମାନେ ଲୋକକୁ ବିଜେଡି ମୁହାଁ କରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଦଳୀୟ ନେତୃବୃଦ ଓ କର୍ମି ମାନେ ଲୋକଙ୍କୁ ବୁଝାଇଛନ୍ତି। ବିଜେଡ଼ି ନିଜର ସଂଘଠନିକ ଯୋନ, ପଞ୍ଚାୟତ ଓ ୱାର୍ଡ ସ୍ତର ସଂଘଠନ ପର୍ଯ୍ୟନ୍ତ ସୁଦୃଢ କରିବାରେ ଚେଷ୍ଟିତ୍ ରହିଛି । ଶାସକ ଦଳକୁ ସମର୍ଥନ କରୁଥିବା ସରପଂଚ,ସମିତି ସଭ୍ୟ ମଧ୍ୟ ବିଜେଡି ଦଳକୁ ଜିତାଇବା ପାଇଁ ଘନ ଘନ ବୈଠକ ଓ ଲୋକ ସଂପର୍କ ଜାରି ରଖିଛନ୍ତି। କ୍ରମାଗତ ଭାବେ ନିରଙ୍କୁଶ କ୍ଷମତା ବଜାୟ ରଖୁଥିବା ବିଜେଡି ତାହାର ପ୍ରଚାର ପ୍ରସାର ଓ ସାଂଗଠାନିକ କାର୍ଯ୍ୟକଳାପରେ ଅନ୍ୟ ଦଳଠାରୁ ଆଗରେ ରହିଛି । ସ୍ଥାନୀୟ ବିଧାୟକ ଦିନ ରାତି ପରିଶ୍ରମ କରି ଚଳିତ ନିର୍ବାଚନ ବୈତରଣୀ ପାର କରି ବିଜୟ ହାସଲ କରିବା ପାଇଁ ସବୁ ପ୍ରକାର କୌଶଳ ଜାରି ରଖିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

masiha

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା ଚାଂଚେର ଓ ପରମାନନ୍ଦ ମାଝୀ

masiha

Leave a Comment

error: Content is protected !!