ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

ବାଲିଗୁଡା,ତା,୨୩/୦୪/୨୪:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଲାଣି । ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଏହି ନିର୍ବାଚନ ମଣ୍ଡଳୀ ରେ ରାଜନୀତି ଗଣିତ କିଛି ଅଲଗା ରହିଥାଏ । ଚଳିତ ନିର୍ବାଚନରେ ବିଜେଡି ,ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ନିଜନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । କିନ୍ତୁ ନାମାଙ୍କନ ଶେଷ ପର୍ଯ୍ୟନ୍ତ ଏଠାରେ ଟିକଟ କାହାର ରହିବ କାହାର କଟିବ ସେ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ପ୍ରଥମେ ବିଜେପି ଦୁଇ ଦୁଇ ଥର ବିଧାୟକ ରହିଥିବା କରେନ୍ଦ୍ର ମାଝି ଙ୍କ ଟିକଟ କାଟି ଚାକିରି ଛାଡି ନୂତନ ଭାବେ ଯୋଗ ଦେଇଥିବା କଲ୍ପନା କହଁର କୁ ଟିକଟ ଦେଇଛି , ଯାହାର ପ୍ରାର୍ଥୀତ୍ୱ କୁ ନେଇ କୁଇ ସମାଜ ପ୍ରଶ୍ନ ଉଠାଇଛି। ସେହିପରି କଂଗ୍ରେସ ପ୍ରଥମେ ସୁରୁଦା ପ୍ରଧାନ ଙ୍କୁ ଟିକଟ ଦେଇଥିବା ବେଳେ କୁଇ ସମାଜ ବିରୋଧ କରିବା ସହ ଦଳୀୟ ଅସନ୍ତୋଷ ଲାଗି ରହିଥିଲା ଦଳୀୟ ପ୍ରଭାରୀ ଙ୍କ ନିକଟରେ ଉତ୍ତେଜନା ଦେଖାଦେଇ ଥିଲା ତାହା କୁ ନେଇ ଟିକଟ ଦେବାର ୧୦ ଦିନ ପରେ ପୁଣି ଟିକଟ ବଦଳାଇ ସୁରୁଦା ଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନ ଙ୍କୁ ଟିକଟ ଦେଇଛି । ବିଜେଡି ମଧ୍ୟରେ ଟିକଟ ରେଶରେ ବହୁ ଆଶାୟୀ ରହିଥିବା ବେଳେ ବହୁ ତର୍କ ବିତର୍କ ଓ ଆଲୋଚନା ପରେ ବର୍ତ୍ତମାନର ବିଧାୟକ ରହିଥିବା ଚକ୍ରମଣି କହଁରଙ୍କ ଉପରେ ଅସ୍ତା ପ୍ରକଟ କରି ଦଳର ସୁପ୍ରିମୋ ବିଳମ୍ବ ହୋଇଥିଲେ ମଧ୍ୟ ଟିକଟ ତାଙ୍କୁ ହିଁ ପ୍ରଦାନ କରିଥିଲେ । ଏହାରି ମଧ୍ୟରେ ବିଜେଡି ,ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଦଳ କିଭଳି ନିଜ ଦଳ ମଧ୍ୟରେ ରହିଥିବା ଅସନ୍ତୋଷ କୁ ଆଲୋଚନା କରି ସମାଧାନ କରିବେ ନିଜ ନିଜ ମଧ୍ୟରେ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ଉଦ୍ୟମ ରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ସବୁଠାରୁ ପଛରେ ରହିଛି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ କହିଛନ୍ତି ବିଜେଡି ଏକ ବୃହତ ଓ ଶୃଙ୍ଖଳିତ ଦଳ । ଦଳ ମଧ୍ୟରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ରହିଥାନ୍ତି, କିନ୍ତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନିଅନ୍ତି ଯାହାକୁ ପ୍ରାର୍ଥୀ କରନ୍ତି ତାହାକୁ ସମସ୍ତେ ମାନି ନିଅନ୍ତି, ଏଣୁ ଆମର ସମସ୍ତ ଆଶାୟୀ ପ୍ରାର୍ଥୀ ନେତା ଓ କର୍ମୀ ଏକତ୍ରିତ ହୋଇ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି ଦଳ ମଧ୍ୟରେ ଥିବା ଅସନ୍ତୋଷ କୁ ଧୀରେ ଧୀରେ ଦୂର କରାଯାଉଛି । ଦଳର ବରିଷ୍ଠ ନେତା ମାନେ ସେହି କାମରେ ଲାଗିଛନ୍ତି । ଦଳ ମଧ୍ୟରେ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କ ନିକଟରେ ମୁଁ ନିଜେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛି । କିଭଳି ମିଳିମିଶି ନିର୍ବାଚନ ପରିଚାଳନା କରିବା ସହ ବିରୋଧୀ ଙ୍କୁ ପରାଜୟ କରି ବାଲିଗୁଡା ରେ କଂଗ୍ରେସ କୁ ବିଜୟ କରାଇବା ଆମ ମାନଙ୍କର ଏକ ମାତ୍ର ଲକ୍ଷ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କିନ୍ତୁ ବିଜେପି ଦଳ ମଧ୍ୟରେ ଥିବା ଅସନ୍ତୋଷ କାଲିର ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମରୁ ହିଁ ଦେଖିଲେ ଜଳଜଳ ହୋଇ ବାରି ହୋଇଯାଉଥିଲା । ଏହି କାର୍ଯ୍ୟକ୍ରମରେ ଦୁଇ ଦୁଇ ଥର ବିଧାୟକ ଥିବା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ,ବିଧାନସଭା ପ୍ରଭାରି ଲିଙ୍ଗରାଜ ଦଳବେହେରା ସମେତ ବହୁନିର୍ବାଚିତ ପ୍ରତିନିଧି , ବରିଷ୍ଠ ନେତା ଓ କର୍ମୀ ଓ ସମସ୍ତ ବୁଥର କାର୍ଯ୍ୟକର୍ତ୍ତା ଯୋଗ ଦେଇନଥିବାରୁ ଆସିଥିବା କର୍ମୀ ଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ନିର୍ବାଚନ ର ନାମାଙ୍କନ ପୂର୍ବରୁ ଦଳ ମଧ୍ୟରେ ରହିଥିବା ଅସନ୍ତୋଷ ଦାଣ୍ଡ ରେ ପଡି ହାଟରେ ଗଡୁଛି ଯାହାକୁ ନେଇ ସବୁଠାରେ ଚର୍ଚ୍ଚା । ବିଜେପି ରେ ରହିଥିବା ଅସନ୍ତୋଷ ସମ୍ପର୍କ ରେ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର କହିଛନ୍ତି ସବୁଠି ଅସନ୍ତୋଷ ଅଛି ଆପଣଙ୍କ ଘରେ ମଧ୍ୟ ଅସନ୍ତୋଷ ଅଛି ଆମ ଦଳରେ ଥିବା ଅସନ୍ତୋଷ କୁ ଦୂର କରାଯାଉଛି, ବାଲିଗୁଡା ନିର୍ବାଚନକୁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ଲୋକସଭା ସଂଯୋଜକ ପଦ୍ମ ଚରଣ ଦାସ ସେହି ସ୍ଥାନର ହୋଇଥିବାରୁ କିଛି ଅସୁବିଧା ହେବ ନାହିଁ, ମୁଁ ନିଜେ ସେହି ନିର୍ବାଚନ ମଣ୍ଡଳୀ ର ମଧ୍ୟ ପରିଚାଳନା କରିଛି, ଏଣୁ ଅସନ୍ତୋଷ ଥିବା ବିଷୟ କିଛି ଅସୁବିଧା ହେବ ନହିଁ । ତେବେ ଦେଖିବାକୁ ବାକି ରହିଲା ଯେ, କେଉଁ ଦଳ କେତେ ଅସନ୍ତୋଷ କୁ ଦୂର କରି ନିର୍ବାଚନ ବାଜି ମାରୁଛି ।

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ

masiha

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ କେନ୍ଦ୍ର କରି କନ୍ଧମାଳ ବି ଜେ ଡି ରେ ହାଟ୍ଟୋ ଗୋଳ ! ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ 

Sunil Chandra Nayak

Leave a Comment

error: Content is protected !!