ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

ଲାଞ୍ଜିଗଡ,୨୪/୦୪(ମନିସ)-ଅଫିସ କାମରେ ଭବାନୀପାଟଣା ଯାଇ ନିଜ ଘରକୁ ଫେରୁଥିବାବେଳେ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଂଚାୟତ ପଟାଙ୍ଗପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ ରାୟ। ଆଜି ଦିନବେଳେ ଶ୍ରୀ ରାୟ ନିଜ ହୋଣ୍ଡା ୟୁନିକର୍ନ ବାଇକରେ ନିଜ ପତ୍ନୀଙ୍କ ସହିତ ନିଜ ଘର ବିଶ୍ୱନାଥପୁରକୁ ଫେରୁଥିବାବେଳେ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ସିନାଙ୍ଗଭଟା-ଖଇରମାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ବାଇକ ସହିତ ଛିଟିକି ପଡିଥିଲେ। ତାଙ୍କ ବାମ ଗୋଡ଼, ହାତ ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିଆଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ବ୍ଲକ ପ୍ରାଥମିକ ସିଟି ଶିକ୍ଷକ ସଙ୍ଘର ସଭାପତି ଅନୀଲ ତ୍ରିପାଠୀ, ସଙ୍ଘ କର୍ମକର୍ତ୍ତା ଜନାର୍ଦ୍ଦନ ମିଶ୍ର, ମୀନକେତନ ତାଣ୍ଡି, ସ୍ମୃତିରଞ୍ଜନ ରଥ, ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। 

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ପାରୁଳିଆ ଛକରେ ଥିବା ସୁଲଭ ଶୌଚାଳୟ ର ଶୁଭ ଉଦ୍ଘାଟନ କଲେ ବାଲିଆପାଳ ବିଡିଓ ଓ ବିଜେଡି ନେତା

ଆନ୍ତ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ର କଟକ ଗସ୍ତ

Sunil Chandra Nayak

ଘରୋଇ ଠିକା ସଂସ୍ଥାର ଭାରିଯାନ ଚଳାଚଳ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ ମାମଲା

Sunil Chandra Nayak

Leave a Comment

error: Content is protected !!