ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ 

ଗୁଣପୁର ତା:୨୬-୦୪-୨୦୨୪ରିଖ ଦିନ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଗୁଣପୁର ସହରର ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଣମଞ୍ଜରୀ ବେବର୍ତ୍ତା (୧୦୭) ଓ ଗୌରଚନ୍ଦ୍ର ପାଢ଼ୀ(୧୦୪)ଙ୍କ ଘରକୁ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ପ୍ରମୁଖ ଯାଇ ସମ୍ବର୍ଦ୍ଧିତ କରିଥିଲେ । ପୋୖର କାର୍ଯ୍ୟାଳୟର ତାପସ ପଟ୍ଟନାୟକ, ରଶ୍ମିରଂଜନ ଚୌଧୁରୀ ମାନପତ୍ର ତିଆରି କରିଥିଲେ । ସମ୍ବର୍ଦ୍ଧିତ ସମ୍ବରର ଗୁଣମଞ୍ଜରୀଙ୍କ ପୁତ୍ର ବିଶିଷ୍ଟ କୃଷିବିତ କୃଷ୍ଣ ଚନ୍ଦ୍ର ବେବର୍ତ୍ତା ଓ ଗୌରଚନ୍ଦ୍ରଙ୍କ ପୁତ୍ର ପ୍ରଦୀପ ପାଢ଼ୀ(ନୁନୁ ପାଢ଼ୀ) ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପାଚିକା ହାତରେ ଅଙ୍ଗନବାଡି କେନ୍ଦ୍ର  ଅଙ୍ଗନବାଡି ଅନୁପସ୍ଥିତ ରେ କାର୍ଯ୍ୟ ଭାର ସମ୍ଭାଲୁଛନ୍ତି ପାଚିକା 

masiha

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ 

Sunil Chandra Nayak

ବିଜାତଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!