ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ସାଧାରଣ ବୈଠକ

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ସାଧାରଣ ବୈଠକ

ରମ୍ଭା :-26/04/2024 ଶୁକ୍ରବାର ଦିନ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ଏକ ସାଧାରଣ ବୈଠକ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ 132ତମ ଜନ୍ମ ଜୟନ୍ତୀରେ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ପୁଷ୍ପମାଲ୍ୟ ପ୍ରଦାନ ସହ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ 41ଗୋଟି ପରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ବସିବା ସହ ଉଦଘାଟନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସ୍ୱାମୀଜୀ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ସହ ସମ୍ପୂର୍ଣ୍ଣ ସହାୟତା ଦେବା ପାଇଁ ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଧାକାନ୍ତ ଦାସ, ଡ଼ଃ ପ୍ରଭାକର ତ୍ରିପାଠୀ, ଦୈନିକ ସମ୍ବାଦପତ୍ର ନବୀନର ସମ୍ପାଦକ ରବି ରଥ, ପ୍ରସାଦ ରାଓ, ନିରଞ୍ଜନ ତ୍ରିପାଠୀ ପୃଷ୍ଟି ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥି ସହିତ ଆଗାମୀ ପରବର୍ତ୍ତୀ ବୈଠକ 15/05/2024 ରିଖ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ରମ୍ଭାରେ ହେବା ପାଇଁ ସ୍ଥିରୀକୃତ ହୋଇଛି। ଏଥି ସହିତ ଅନେକ ବିଷୟ ଉପରେ ଆଲୋଚନା ପର୍ଯ୍ୟ।ଲୋଚନା କରାଯାଇଥିଲା।ବୈଠକରେ ଅଭିମନ୍ୟୁ ସାହୁ (ଅଧ୍ୟକ୍ଷ ), ଏମ. ନରସିଂହ ସୁବୁଦ୍ଧି କେ. ସୁଶାନ୍ତ କୁମାର ପାତ୍ର (କୋଷାଧକ୍ଷ ), ଚନ୍ଦ୍ରଶେଖର ନାୟକ, ରାମଚନ୍ଦ୍ର ବାଡ଼ତୀୟ।, ଗୋପୀନାଥ ବେହେରା (ପ୍ରଧାନ ଶିକ୍ଷକ ), ପ୍ରସନ୍ନ କୁମାର ମିଶ୍ର (ଅବସରପ୍ରାପ୍ତ ଅଧ୍ୟକ୍ଷ ), ମହେଶ୍ୱର ବରାଳ (ପୂଜ୍ୟପୂଜା ସାହିତ୍ୟ ସଂସଦ ସମ୍ପାଦକ ), ଚରଣ ଜେନା, ଜୟକୃଷ୍ଣ ତ୍ରିପାଠୀ,ବିଜୟ ଚନ୍ଦ୍ର ବିଶ୍ୱାଳ,ଭୀମସେନ ବେହେରା (ସମାଜସେବୀ ),ଶେଷଦେବ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଇଞ୍ଜିନିଅର, ଗାଣମାଧ୍ୟମ ପ୍ରତିନିଧି, ସମାଜସେବୀ ଉପସ୍ଥିତ ରହିଥିଲେ। ଶେଷରେ ରାଜ୍ୟପାଳ ପୁରସ୍କାର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। ସାମୁହିକ କାର୍ଯ୍ୟକ୍ରମକୁ ଉମେଶ ମହାନ୍ତି, ପଞ୍ଚାନନ ଖଟୁଆ, ଉମାକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇଘରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

ଶୁଣିଲାନି ପ୍ରଶାସନ ଶେଷରେ ଅଣ୍ଟା ଭିଡିଲେ ଗ୍ରାମବାସୀ, ନିଜସ୍ୱ ଉଦ୍ୟମରେ ନାଳରେ ଉପରେ ନିର୍ମାଣ କଲେ ଏକ ଅସ୍ଥାୟୀ କାଠ ପୋଲ

masiha

Leave a Comment

error: Content is protected !!