ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ ଭାଜପା ରେ ଯୋଗଦେଲେ ଗୋଳମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ 

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

ଭାଜପା ରେ ଯୋଗଦେଲେ ଗୋଳମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ 

ଜୁନାଗଡ଼, ତା.୨୭/୪(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ମିଶ୍ରଣ ପର୍ବରେ ଗୋଲାମୁଣ୍ଡା ବହୁଚର୍ଚ୍ଚିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ବିଜେଡି କର୍ମୀ ବିନ୍ଦୁ ମହାନନ୍ଦ ହଜାର ହଜାର ସମର୍ଥକ ଙ୍କ ସହ ବିଜେପି ରେ ଯୋଗଦାନ କରିଥିଲେ | ବିନ୍ଦୁ ମହାନନ୍ଦଙ୍କ ଯୋଗଦାନ ପରେ ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଉକ୍ତ ମିଶ୍ରଣ ପର୍ବରେ ଜିଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଅଧ୍ୟକ୍ଷତା କରିଥିଲେ | ପୂର୍ବତନ ଗୋଲାମୁଣ୍ଡା ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଭିଜିଲାନ୍ସ ର ସମ୍ବୁଖୀନ ହୋଇ ଜେଲ ରେ କିଛି ଦିନ ରହିଥିଲେ | ଜେଲ ରୁ ମୁକୁଳିଲା ପରେ ସେ ସିଧା ସଳଖ ଏକ ଶୋଭାଯାତ୍ରାରେ ନିଜ ସମର୍ଥକ ଙ୍କ ସହିତ ଜୁନାଗଡ଼ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ | ବିଜେଡି ଉପରେ ଅନେକ ଅଭିଯୋଗ ଆଣିବା ସହିତ ଦଳିତ ବିରୋଧୀ ପାର୍ଟି ବୋଲି କହିଥିଲେ | ଭିଜିଲାନ୍ସ ବିଭାଗ ଦ୍ୱାରା ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ ଆଣି ଥିଲେ | ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହର, ହିମାଂଶୁ ବରାଡ଼, କାଞ୍ଚନ ବାଗ,ସୁଧାଂଶୁ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ |

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

masiha

ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜୁଜନତା ଦଳ

masiha

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା , ପରାଜିତ ହେଲେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ

masiha

Leave a Comment

error: Content is protected !!