ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଗ ଭୋଟର ଜାଗ 

   ଜାଗ ଭୋଟର ଜାଗ 

ରାୟଗଡ଼ା ତା 28.4.2024 // ରାୟଗଡା ଜିଲ୍ଲାରେ ଆସନ୍ତା ମେ 13 ତାରିଖ ଦିନ ଏକକାଳୀନ ମତଦାନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ବିଭିନ୍ନ ଦିଗରୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅପରପକ୍ଷେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରାୟଗଡା ମନୋଜ ସତ୍ୟବାନ୍ ମହାଜନ ଚେଷ୍ଟା ଜାରି ରଖିଛନ୍ତି ।

     ରାୟଗଡା ନିର୍ବାଚନ ମଣ୍ଡଳୀରେ ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ବ୍ଳକ ର ଏକଶହ ଚଉଦ ଟି ଭୋଟ ଦାନ କ୍ଷେତ୍ର ଅଞ୍ଚଳରେ ଗତ ଏପ୍ରିଲ ଚାରି ତାରିଖ ଠାରୁ ଅଠେଇଶି ତାରିଖ ପର୍ଯ୍ୟନ୍ତ ଜାଗ ଭୋଟର ଜାଗ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ଗ୍ରାମ ଓ ପଡା ରେ ବୁଥ ସ୍ତରୀୟ ଅଧିକାରୀ, ସୁପରଭାଇଜର, ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଯୁବ ଗୋଷ୍ଠୀ ସାହି ସାହି ବୁଲି ଆମେ ମିଶା ଭୋଟ ଦେବା ସ୍ଲୋଗାନ ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ବିଡିଓ ଅମୂଲ୍ୟ କୁମାର ସାହୁ, ଏବିଡିଓ କାଳୁ ଚରଣ ନାୟକ ଗୋପାଳ ପଣ୍ଡା, ଉମା ଚରଣ ପଟ୍ଟନାୟକ ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ଏହାର ତଦାରଖ କରୁଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ଓ ସିଡିପିଓ ମୀନାକ୍ଷୀ ଦାଶଙ୍କ ସହଯୋଗରେ ବ୍ଳକ ର ସମସ୍ତ ଶିକ୍ଷକ, ଅଙ୍ଗନବାଡି କର୍ମୀ ଏହାର ସଫଳତା ନିମନ୍ତେ ଘର ଘର ବୁଲି ପ୍ରଚାର ଓ ପ୍ରସାର କରୁଥିବା ଦେଖିବାକୁ ମିଳିଛି। 

ଯୁବ ଭୋଟର ଙ୍କୁ ଉତ୍ସାହିତ କରିବା ପାଇଁ ସିଂଘାଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜେକେପୁର, ମଡେଲ ଡିଗ୍ରୀ କଲେଜ ଅମଲାଭଟା ଆଦିରେ ଯୁବ ଭୋଟରଙ୍କ ନିମନ୍ତେ ପ୍ରତିଯୋଗୀତା, ରାଲି ଆଦି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନର ମତଦାନ ରେ ଏହାର ସୁପ୍ରଭାବ ପରିଲକ୍ଷିତ ହେବ ବୋଲି ବିଡିଓ ଅମୂଲ୍ୟ କୁମାର ସାହୁ ପ୍ରକାଶ କରିଛନ୍ତି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଜିପିଏଲଏଫରେ କର୍ମକର୍ତ୍ତା ପରିବର୍ତ୍ତନ କୁ ବିରୋଧ କରି ଇସି ସଙ୍ଘର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!