ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

ରାଉରକେଲା/ ପଦ୍ମଶ୍ରୀ ଶ୍ରମଦ୍ ବାବା ବଳିଆଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ନାଗରିକ ମଞ୍ଚ ଅଭ୍ୟର୍ଥନା କମିଟି ତରଫରୁ ଆସନ୍ତା ଏପ୍ରିଲ ୧୩ତାରିଖ ( ବୁଧବାର)ଦିନ ସଂଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବା ପାଇଁ ସ୍ଥିର କରାଯାଇଛି। ଏ ସଂପର୍କରେ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଏକ ସାମ୍ବାଦିକ ସମ୍ମେଳନରେ ଆବାହକ ମହେନ୍ଦ୍ର କୁମାର ପଟ୍ଟନାୟକ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୧୩ତାରିଖ ଦିନ ବାବା ବଳିଆଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲାର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ନାଗରିକ ସମ୍ବର୍ଦ୍ଧନା ଦେବେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ,ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇ ବାବାଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ଲେଖିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ବାବାଙ୍କ ସଂପର୍କରେ ଲିଖିତ ଆତ୍ମଜୀବନୀ ଲୋକାର୍ପିତ ହେବ। ଏହି ସାମ୍ବାଦିକ ସମ୍ମେଳନରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ଆବାହକ ସର୍ବଶ୍ରୀ ବିଭୁତି ଭୂଷଣ ଦାସ, ଜଲଦା ଆଶ୍ରମର ମୁଖ୍ୟ ବାବାଜି ପରମାତ୍ମା ଦାସ, ଡଃ ସୁମନ ଦତ୍ତ, ବିଜୟଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ। ସୂଚନା ଯୋଗ୍ୟ ଯେ ବାବା ବଳିଆ ସାମାଜିକ ସେବା, ବିଶ୍ବ ରେ ଶାନ୍ତି ପ୍ରତିଷ୍ଠା, ଭାଇଚାରା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ରାଉରକେଲା ନାଗରିକ ମଞ୍ଚ ଅଭ୍ୟର୍ଥନା କମିଟି ତରଫରୁ ନିବେଦନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବାବୁ ପୁହାଣ, ସୁଶାନ୍ତ କୁମାର ନାୟକ, ହରିହର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଜୀବ ପାଣି, ଅଭିରାମ ସାହୁ, ଫକୀର ମୋହନ ତରସିଆ, ମନୋଜ କୁମାର ଖଟୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଡଃ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ତୀର୍ଯ୍ୟକ

Sunil Chandra Nayak

ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟୁ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!