ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ମାଟିରେ ଇଂ.ସୁରଜ୍ କୁମାର ବେହେରା ସମ୍ବର୍ଦ୍ଧିତ

ଜନ୍ମ ମାଟିରେ ଇଂ.ସୁରଜ୍ କୁମାର ବେହେରା ସମ୍ବର୍ଦ୍ଧିତ 

କଟକ : ୪୨ ମୌଜା ବରାଳ ଗ୍ରାମ ନିବାସୀ ତଥା ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ସହ ସମ୍ପାଦକ ଇଂ.ସୁରଜ କୁମାର ବେହେରାଙ୍କୁ ସମାଜସେବା, ଶିକ୍ଷାଦାନ,ରକ୍ତଦାନ,ପରିବେଶ ସୁରକ୍ଷା,ଅଙ୍ଗଦାନ ସଚେତନତା ଆଦି ଉଲ୍ଲେଖନୀୟ ସଫଳତା ନେଇ ସମ୍ବର୍ଦ୍ଧିତ କରାଯାଇଛି । ୪୨ ମୌଜା ବଳୀପୀଠରେ ସରସ୍ଵତୀ କଳା ପରିଷଦ ପକ୍ଷରୁ ଅନୁଷ୍ଠିତ ବଣଭୋଜି ମହୋତ୍ସବରେ ସମ୍ପାଦକ ଆଶୋକ ପଟ୍ଟନାୟକ,ସାହିତ୍ୟିକ ସୀତା ରାମ ପଣ୍ଡା ଡକ୍ଟର ସୁବାସ ସାହୁ,ସାମ୍ୱାଦିକ ଦୁର୍ଗା ମାଧବ ଇଂ.ସେବକ ଶ୍ରୀକାନ୍ତ, ପ୍ରମୁଖ ଯୋଗ ଦେଇଥିଲେ । ବିସିଟି ସହ ସମ୍ପାଦକଙ୍କୁ ଏହି ମର୍ଯ୍ୟାଦା ଜନକ ରାଜ୍ୟସ୍ତରୀୟ ସମ୍ମାନ ନେଇ ପ୍ରତିଷ୍ଠାତା ଇଂ.ବିମଳ ଚଂଦ୍ର,ସଂପାଦକ ପ୍ରିନ୍ସ ନନ୍ଦ ପରିଷଦ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୁରଜ୍ ଅଧୁନା ଗତିରାଉତପାଟଣାସ୍ଥ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ୍ ବସୁନ୍ଧରାରେ ଶିକ୍ଷାଦାନ ସହ ବହୁ ଜନ ହିତକର କାର୍ଯ୍ୟ ଜାରୀ ରଖିଛନ୍ତି । ସେ ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

masiha

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!