ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ

ବାଲିଗୁଡା,27/03/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ସମବାୟ ସମିତି ପରିସର ରେ ବାଲିଗୁଡା ସମବାୟ ସମିତି ସମୁହର ତିନୋଟି ପଞ୍ଚାୟତ ରେବିଙ୍ଗିଆ,ବାରଖମା,ସୁଡ୍ରାର ମହିଳା/ପୁରୁଷ ଓ ଚାଷୀ ସମୁହ କୁ ନେଇ ସମବାୟ ବ୍ୟାଙ୍କ ସେବା ଓ କୃଷିଋଣ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବୈାଦ୍ଧ ବ୍ୟାଙ୍କ ଶାଖା ପରିଚାଳକ ଅନୁପମ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମବାୟ ସମିତି ସମୁହ ନିରିକ୍ଷକ ସତ୍ୟବ୍ରତ ସାହୁ, ସୁଡ୍ରା ସମବାୟ ସମିତି ଏମ୍,ଡି ଶ୍ୟାମଳ କୁମାର ବେହେରା, ସୁଡ୍ରା ସମବାୟ ସମିତି ସଭାପତି ସାମିଆ ମଲ୍ଲିକ, ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଲ୍ଲିକ ପ୍ରମ୍ମୁଖ ଯୋଗ ଦେଇଥିଲେ। ଲ୍ୟମ୍ପ ଏମ୍,ଡି ଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସମବାୟ ସମ୍ମୁହ ନିରିକ୍ଷକ ଶ୍ରୀ ସାହୁ ଚାଷୀ ନାମ ପଞ୍ଜି କରଣ କଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ସୁବିଧା ମିଳିବା ସହ ଋଣ ନିୟମିତ ପରିଶୋଧ କଲେ ଏଭଳି ସୁବିଧା ମିଳିବା ନେଇ ଉପସ୍ଥିତ ଅତିଥିମାନେ ଚାଷୀ ଭାଇ/ଭଉଣୀ ମାନଙ୍କୁ ବୁଝାଇଥିଲେ। ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ସମବାୟ ପରିସରରେ ଅନୁଷ୍ଠିତ କରିବା ସହ ସରକାରଙ୍କ ଚାଷୀ ମାନଙ୍କ ପାଇଁ ଆସୁଥିବା ସମସ୍ତ ପ୍ରକାର ସୁବିଧା ସମ୍ପର୍କରେ ସଚେତନ କରିବା ସହ ଏ ସମସ୍ତ ପ୍ରକାର ସୁବିଧାର ସୁଯୋଗ ନେବା ସହ ପ୍ରତ୍ୟେକ ଅଞ୍ଚଳରେ ଏହି ଭଳି କର୍ମଶାଳା କରାଯିବ ବୋଲି ସ୍ଥାନୀୟ ବୈାଦ୍ଧ ବ୍ୟାଙ୍କ ପରିଚାଳକ ଅନୁପମ ବେହେରା ପ୍ରକାଶ କରିଥିଲେ ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

masiha

Leave a Comment

error: Content is protected !!