ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୧ ଗିରଫ 

ଅବକାରୀ ଚଢାଉ ୧ ଗିରଫ 

ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ, ପୋଲିସ ବିଭାଗ ଓ ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ହରିଓମ ଭୋଇ ଙ୍କ ଉପସ୍ଥିତିରେ ମିଳିତ ଭାବେ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ସୋମବାର ଚଢାଉ କରାଯାଇଥିଲା | ଫୁଲଭଟ୍ଟା ଗ୍ରାମର ବନବାସୀ ବିଶୋଇ ଙ୍କ ଘରେ ଚଢାଉ କରି ୧୫ ଲିଟର ଦେଶୀ ମଦ ଜବତ କରଯାଇଥିଲା | ଏହି ଚଢାଉ ସମୟରେ ବନବାସୀ ବିଶୋଇ ହଠାତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଆହତ କରିଥିଲେ | ପରେ ବନବାସୀ ବିଶୋଇ (୪୪) କୁ ଗିରଫ କରଜିଥିଲା | ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏହି ଚଢାଉରେ ଅବକାରୀ ଇଉପିଏ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ , ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୯/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚୋରି ମାମଲାରେ ଦୁଇ ଯୁବକ ଗିରିଫ 

masiha

ବେଲଗୁଣ୍ଠାରେ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ: ୪ ଗିରଫ, କାର୍‌ ଓ ବାଇକ୍‌ ସମେତ ମାରଣାସ୍ତ୍ର ଜବତ

Sunil Chandra Nayak

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

masiha

Leave a Comment

error: Content is protected !!