ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

 ପାପଡାହାଣ୍ଡି,30/4, ମନିସ —- ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ପ୍ରାର୍ଥୀ ମାନେ ବର୍ତମାନ ଗାଁ ମୁହାଁ ହୋଇଛନ୍ତି | ଚଳିତ ବର୍ଷର ଖରାକୁ ଖାତିରି ନ କରି ନିର୍ବାଚନ ପ୍ରଚାର ଯୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି | ଗାଁ ଗୁଡିକର ଚାଲିଥିବା କଳସି ଯାତ୍ରା ଓ ହାଟ ବଜାର ପ୍ରାର୍ଥୀ ମାନଙ୍କ ପ୍ରଚାରର ମୁଖ୍ୟ ସ୍ଥଳି ପାଲଟିଛି | ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ମନୋହର ରନ୍ଧାରି, ବିଜେପି ପ୍ରାର୍ଥୀ ସୋମନାଥ ପୁଜାରି ଓ କଂଗ୍ରେସର ଡ଼ଃ ଲିପିକା ମାଝୀ ପ୍ରଚାର ଚଲେଇଛନ୍ତି | କର୍ମୀ ସମ୍ମିଲଣି ଓ ମିଶ୍ରଣ ପର୍ବ ମାଧ୍ୟମରେ ଦଳରେ ନୂତନ କର୍ମୀ ସାମିଲ କରି ବଳ ଗୋଟାଉଛନ୍ତି | ମଙ୍ଗଳବାର କଣ୍ଟାମାଳ, ମାଝୀଗୁଡା, ନୂଆକୋଟ, ଶିରସୀ ଡ଼େଙ୍ଗାଗୁଡ଼ା କଳସି ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ମଙ୍ଗଳବାର ବିଧାୟକ ରନ୍ଧାରି, ବିଜେପି ପ୍ରାର୍ଥୀ ସୋମନାଥ ପୁଜାରି ପ୍ରଚାର କରିଥିଲେ | ଗ୍ରାମବାସୀଙ୍କ ତରଫରୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ | ନିଜ ନିଜ ପାଇଁ ଭୋଟ ପ୍ରାର୍ଥନା କରିଥିଲେ | ପ୍ରାର୍ଥୀଙ୍କ ପ୍ରଚାର ବର୍ତମାନ ଗାଁ ଗହଳି ଉତ୍ସବ ମୁଖର କରିଦେଇଛି | ତେବେ ଏତେ ପ୍ରଚାର ମଧ୍ୟରେ ଆସନ୍ତା 13 ତାରିଖରେ ଜନତା ଜନାର୍ଦ୍ଦନ କାହାକୁ ମୋହର ଦେବେ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡିବ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

masiha

ସଂଗ୍ରାମ ପାତ୍ରଙ୍କ ନେତୃତ୍ଵରେ ବିଜେପି ମିଶ୍ରଣ ପର୍ବ। ବଢୁଛି ସଂଗ୍ରାମଙ୍କ କ୍ରେଜ୍ — ଯୁବମାନେ ଆକୃଷ୍ଟ ହେଉଛନ୍ତି ବିଜେପି ପ୍ରତି

Sunil Chandra Nayak

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

Sunil Chandra Nayak

Leave a Comment

error: Content is protected !!