ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁ ଧର ସୁତାର ଙ୍କ କବିତା – ନୀଳ ଲଫାପ। ର ସ୍ମୃତି

ନୀଳ ଲଫାପାର ସ୍ମୃତି 

   ବେଣୁଧର ସୂତାର

 

ନୀଳସ୍ବପ୍ନେ ନିମଜ୍ଜିତ ମନ ମୋର

ମଧୁର ସେ ଭିଜା ଅତୀତର

ଯୌବନର ମତୁଆଲା 

                 କାଉଁରୀପରଶେ

କାମନାର ନଗ୍ନ ଅଭିସାର

ଯାଯାବରୀ ନିଶାରେ ବିଭୋର

ସପନ ନଈର ସେ ଚୋରା ବାଲି      

 ସୀମାରେଖା ଡେଇଁ

ଝରିଯାଏ ନୀରବତାରେ

ବିରହୀର ନିରୀହ ଅନ୍ତଃସ୍ବର

ବିଶ୍ୱାସର ଦୁର୍ବଳ ବିନ୍ଦୁରେ

ପ୍ରୀତିର ଏ ବହଳ ବନ୍ଧନ

ଆସିବକି ସତେ ପୁଣି ବିଡମ୍ବିତ 

ପ୍ରୀତିଝରା ମେଘର ମହ୍ଲାର ।।

ବୟସରେ ନୈରାଶ୍ୟ ର

               ବିସ୍ତୀର୍ଣ୍ଣ ବୁକୁରେ

ତମସାରୁ ଆଲୋକର 

         ଜ୍ୟୋତ୍ସ୍ନା ଧାରେ ଧାରେ

ଜୀବନର ଗତିପଥେ ଅବା

ବଦଳିବ ମୋ ଭାଗ୍ୟର ଦିଶା

ବିଶ୍ୱାସର ପୁଣ୍ୟ ପଣତରେ

ପୀରତିର ସବୁଜ ସ୍ବାକ୍ଷର

ଶୁଭିବ କି ନିଝୁମ ରାତିରେ

ମେଘକନ୍ୟା ମେଦୁରିତ ସ୍ବର ।।

ନୟନେ ଲୁହର ଭାଷା

ଏମନରେ କେତେ ଆଶା

ଦୁରାଗତ ଭିଜା ଅତୀତର 

ସ୍ମୃତି ଭୋଗ ଅନୁଭୋଗ ତୃଷା

ମନେତଳେ ଭରିଦିଏ

ବିସ୍ମୟର ଅହେତୁକ ଅସ୍ଥିରତା

ତଥାପି ଗାଇଚାଲେ କୋହଭିଜା

ବିଶ୍ବାସର ବିମୁଗ୍ଧ କବିତା ।।

ନୀରବିତ ଏଇ ରାତି

ମିଳନର ମଧୁପ୍ରୀତି

ପ୍ରେମର ପେଟିକା ଭରା

ଅଧାଲେଖା ନୀଳଗୀତି

ଲେଉଟାଣି ପଥ ଧାରେ ସତେ

ସପନର ଏଇ ଶେଷ ରାତି

ପ୍ରୀତିର ଗୋଲାପୀ ଗୀତିକା ଗାଏ

ସେଇ ନୀଳ ଲଫାପାର ସ୍ମୃତି ।।

 

ମେଘପାଲିଙ୍କିରେ ଆସିବକି ସତେ

ସପନ ମାନସୀ ନବ ତରୁଣୀ

ପ୍ରୀତିର ମହ୍ଲାରେ ସଜାଇ ମଥାରେ

ପ୍ରଣୟ ଫୁଲର ମୋତି ଓଢ଼ଣୀ

ସାଇତା ସ୍ମୃତିରୁ ଉକୁଟି ଉଠିବ

ଦୂର ଅତୀତର କଥା କହାଣୀ

ପ୍ରୀତିରୁ ସାଜିବ ସେତ ପ୍ରୀତିପଦ୍ମା

ପେମ ଉପବନେ ଫୁଲର ରାଣୀ ।।

 

କେଶଦୁରାପାଳ କେନ୍ଦୁଝର

 

Related posts

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

masiha

କବିତା – ଶସ୍ତା ନୁହେଁ ଏ ଜୀବନ

Sunil Chandra Nayak

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!