ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବାଗାଁ ପଂଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିମିୟତା,ସରପଞ୍ଚ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ଦେବାଗାଁ ପଂଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିମିୟତା,ସରପଞ୍ଚ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ 

ରାଇଘର ୩୦/୪ (କିରଣ ପଟ୍ଟନାୟକ )ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର କରେଇଦେବା ନାମରେ ହିତାଧିକାରୀ ଙ୍କ ଠାରୁ ଠକିନେଲେ ଟଙ୍କା, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଦେବାଗାଁ ପଂଚାୟତ ର ସରପଞ୍ଚ ଚରଣ ଗଣ୍ଡ ଦେବାଗାଁ ଗ୍ରାମ ର ଏକ ବର୍ଷେ ପୂର୍ବରୁ ପାଞ୍ଚଜଣ ହିତାଧିକାରୀ ମାଳତୀ ଗଣ୍ଡ ସ୍ୱାମୀ ବିର୍ଜୁ ଗଣ୍ଡ,ରାମବତୀ ଗଣ୍ଡ ସ୍ୱାମୀ ଚଇତରାମ ଗଣ୍ଡ, ରତନୀ ଗଣ୍ଡ ସ୍ୱାମୀ ଯୁଗଦେବ ଗଣ୍ଡ, ଶୂକାରି ଗଣ୍ଡ ସ୍ୱାମୀ ନରେଶ ଗଣ୍ଡ, ସୋନା ଗଣ୍ଡ ସ୍ୱାମୀ ଜିତେନ ଗଣ୍ଡ ଏହି ପାଞ୍ଚଜଣ ହିତାଧିକାରୀ ଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଆସିଥିଲା,ଏହି ଘର ହିତାଧିକାରୀ ମାନେ ଦେବାଗାଁ ସରପଞ୍ଚ ଙ୍କୁ ଠିକା ରେ ଦେଇଥିଲେ କିନ୍ତୁ ବର୍ଷେ ବିତିଗଲା ସରପଞ୍ଚ କୌଣସି କାମ ନୋ କରିବା ସହ ଫୋନ କଲେ ଫୋନ ଉଠାଉ ନ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ,ଏମିତି କି ରାମବତୀ ଗଣ୍ଡ ଯାହାଙ୍କ ଖାଲି ଘରର ଫାଉଣ୍ଡେସନ ରହିଛି ସିଏ ସରପଞ୍ଚ ଙ୍କୁ ଦେଲେ ୬୨,000 ହଜାର ଟଙ୍କା, ମାଳତୀ ଗଣ୍ଡ ଘରର ଅଧା କାନ୍ଥ ଉଠିଛି ଦେଲେ ୫0,000 ଟଙ୍କା, ସେହିପରି ରତନୀ ଗଣ୍ଡ ଖାଲି ଘରର ଫାଉଣ୍ଡେସନ ପାଇଁ ୬ ଟି ଗାତ ଖୋଲିଛନ୍ତି ଦେଲେ ୫0,000 ଟଙ୍କା, ଶୂକାରୀ ଗଣ୍ଡ ଙ୍କ ୬ ଟି ଫାଉଣ୍ଡେସନ ଗାତ ଖୋଲା ହେଇଛି ଦେଲେ ୪0,000 ଟଙ୍କା, ସୋନା ଗଣ୍ଡ ଙ୍କ ଘରର ଫାଉଣ୍ଡେସନ ପାଇଁ ଗାତ ଖୋଲା ହେଇଛି ଦେଲେ ୪0,000 ଟଙ୍କା ସବୁ ଟଙ୍କା ନେଇ ସରପଞ୍ଚ କିଛି କାମ କରିନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି l ଏଇଠି ସବୁଠୁ ବଡ଼ ପ୍ରଶ୍ନ ବିନା ଫାଉଣ୍ଡେସନ ରେ ଖାଲି ଗାତ ରେ କେମିତି ହେଇଗଲା ଘରର ଅଧା ବିଲ ସରପଞ୍ଚ ଙ୍କ ସହ କିଛି ଅଧିକାରୀ ସାମିଲ ରହିଥିବା ହିତଧିକାରୀ ପ୍ରକାଶ କରିଛନ୍ତି , ସୂଚନାଥାଉ କି ହିତାଧିକାରୀ କିଏ କିଏ ନିଜ ବ୍ୟାଙ୍କ ଖାତାରୁ ସରପଞ୍ଚ ଙ୍କ ଖାତା କୁ ଟଙ୍କା ଟ୍ରାନ୍ସଫର କରିଥିବା ବେଳେ କେହି କେହି ଟଙ୍କା ଉଠେଇ ଦେଇଛନ୍ତି ବୋଲି କହିଥିଲେ , ଏହାର ଉଚ୍ଚସ୍ତରିୟ ତଦନ୍ତ ସହ ସରପଞ୍ଚ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସି ଦାବି କରିଛନ୍ତି l ଏ ନେଇ ସରପଞ୍ଚ ଶ୍ରୀ ଗଣ୍ଡ ଙ୍କୁ ପଚାରିବାରୁ ମୁ ବାଲି,ସିମେଣ୍ଟ ଓ ଲୁହା ଛଡ ରହିଛି ବହୁତ ଶୀଘ୍ର କରିଦେବି ବୋଲି କହିଛନ୍ତି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାପ ଛେଉଣ୍ଡ ,ଭିନ୍ନକ୍ଷମ ତଥାପି ନା ରାସନ ପାଉଛନ୍ତି ନା ଭତ୍ତା

Sunil Chandra Nayak

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

ସର୍ପାଘାତରେ ମହିଳା ମୃତ 

masiha

Leave a Comment

error: Content is protected !!