ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

ରାଇଘର ୨/୫ ରାଇଘରବ୍ଲକ ହତିବେନା ଗ୍ରାମର କମିଟି ସେଣ୍ଟର ଗୃହ ରେ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ ଗଞ୍ଜାପାରା ପଂଚାୟତ ର ହାତୀବେନା ଡିଏନକେ ଗ୍ରାମ ରେ ଗତ ୪ ଦିନ ହେବ ଗ୍ରାମରେ କରେଣ୍ଟ ନ ଥିବାରୁ ଗ୍ରାମର ଲୋକେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଗରମ ଦିନ ପାଣି ମଟର ନ ଚାଲିବାରୁ ପିଇବା ପାଣି ଅସୁବିଧା,ମୋବାଇଲ ଚାର୍ଜ କରିବାର ଅସୁବିଧା, ପିଲାଛୁଆ ଙ୍କ ପାଠ ପଢ଼ିବାର ଅସୁବିଧା, ଗ୍ରାମରେ ଛୋଟ ଟ୍ରାନ୍ସଫରମର ରହିବା ଫଳରେ ବିଭିନ୍ନ ଜାଗାରେ ତାରଛିଣ୍ଡି ଯିବାରୁ ଏହିପରି ଅସୁବିଧା ଉପୁଜିଥିବାର ଦେଖିବାର ମିଳିଛି ବୁଧବାର ବିଦ୍ୟୁତ ବିଭାଗର କର୍ମଚାରି ମରାମତି କରିବାକୁ ଯିବାବେଳେ ଗ୍ରାମବାସି ଏକତ୍ରିତ ହୋଇ ସକାଳରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଗ୍ରାମ ର କମିଟି ସେଣ୍ଟର ଗୃହ ରେ ଅଟକ ରଖିଥିଲେ ଯେତେ ସମୟ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏବଂ ଏସଡିଓ ଗ୍ରାମ ରେ ଆସି ସମସ୍ୟାର ସମାଧାନ ନ କରନ୍ତି ସେତେପର୍ଯ୍ୟନ୍ତ କର୍ମଚାରି ଅଟକ ରହିବେ ବୋଲି ଗ୍ରାମବାସି ଅଡି ବସିଥିବା ଦେଖିବାକୁ ମିଳିଥିଲା,ସନ୍ଧ୍ୟା ସମୟରେ ବିଦ୍ୟୁତ ବିଭାଗର ବରିଷ୍ଠ କର୍ମଚାରୀ ଯାଇ ଅଟକ କର୍ମଚାରୀ ଙ୍କୁ ପ୍ରତିଶୃତି ଦେଇ ଆଣିଥିବା ଜଣାପଡିଛି,ଏହି ବିଷୟରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଙ୍କୁ ପଚାରିବାରୁ କିଛି ଅସୁବିଧା ରହିଥିବାରୁ କର୍ମଚାରି ଙ୍କୁ ଅଟକ ରଖିଥିଲେ ୨ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମା ତାରିଣୀଙ୍କ ୨୪ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ 

masiha

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ଦ୍ୱାରା ବିଶ୍ୱ ଏଡ୍‌ସ୍ ଦିବସ ପାଳିତ 

masiha

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

masiha

Leave a Comment

error: Content is protected !!