ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

ନବରଙ୍ଗପୁର:(୨/୫/୨୦୨୪)( ରବି ନାରାୟଣ ମହାନ୍ତି) ବୁଧବାର ସକାଳ ୧୦.୦୦ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗରମଣ୍ଡଳ ସ୍ଥିତ ଭାଲୁଗୁଡା ଏବଂ ନଗର ବିଜେପି କାର୍ଯ୍ୟାଳୟ ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ।ଭାଲୁଗୁଡା ଠାରେ ନଗରମଣ୍ଡଳର ପାଇକ ସମାଜର ୪୦ ଉର୍ଦ୍ଧ ପୁରୁଷ ଓ ମହିଳା ଏବଂ ନଗର ବିଜେପି କାର୍ଯ୍ୟାଳୟ ଠାରେ ଉମରକୋଟ ବିଧାନସଭା କ୍ଷେତ୍ର ବେହେଡା ମଣ୍ଡଳ ର ୫୦ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେଡି କାର୍ଯ୍ୟକର୍ତ୍ତା ଦଳ ତ୍ୟାଗ କରି ବିଜେପି ରେ ସାମିଲ ହୋଇଛନ୍ତି ।ସାମିଲ ହୋଇଥିବା ଲୋକଙ୍କ କହିବା ଅନୁସାରେ ବିଜେପି ର ନୀତି ଆଦର୍ଶ ଓ ଜସସ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦଶ ବର୍ଷ ଶାସନରେ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ଏହି ମୂଳମନ୍ତ୍ର ଆଧାରରେ ଦେଶରେ ବିକାଶ ର ଉଜାଗର ହୋଇଛି ଏବଂ ମୋଦି କହିଛନ୍ତି “ଏ ତ ଟ୍ରେଲରହେ “ବର୍ତ୍ତମାନ ଦେଶକୁ ଆହୁରି ଆଗକୁ ନେବାର ଅଛି ।ବିଜେପି ସରକାର ରେ ମୋଦି ଙ୍କ ବିକଶିତ ଭାରତ ଯୋଜନା ମାନ ସବୁ କାର୍ଯ୍ୟକାରୀ ହେବା ଦେଖୁଅଛୁ ।ରାଜ୍ୟରେ ୨୫ ବର୍ଷ ସରକାର ରେ ଅସନ୍ତୁଷ୍ଟ ବୋଧ ପ୍ରକାଶ କରିବା କଥା କହିଥିଲେ ଓ ବିଜେପି ଥିଲେ ଦେଶ ଓ ଧର୍ମ ସୁରକ୍ଷିତ ରହିବ କହି ଆମେ ଆଜି ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହେଲୁ କହିଥିଲେ ।ନୂଆରେ ମିଶି ଥିବା କାର୍ଯ୍ୟକର୍ତ୍ତା ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନର ସହିତ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଥିଲେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ, ବିଧାନସଭା ସଂଯୋଜକ ସୁରେଶ ଆଚାର୍ଯ୍ୟ,ନଗରମଣ୍ଡଳ କୋଷାଧକ୍ଷ ରାହୁଲ ଅଗ୍ରୱାଲ,ବିଧାନସଭା ପ୍ରଭାରୀ ସୀମାଞ୍ଚଳ ମଲ୍ଲିକ, ବେହେଡା ମଣ୍ଡଳ ସଭାପତି ଧନୁର୍ଯୟ ପରଜା, ମାନସଂଙ୍ଗ୍ ଦାସ, ଭୋଜନାଥ ଗଣ୍ଡ, ମାୟାରାମ ଗଣ୍ଡ, ରମେଶ ଦାସ, ଏବଂ ନଗରମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related posts

ରାଇଘର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ 

masiha

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

masiha

Leave a Comment

error: Content is protected !!