ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

ଡାବୁଗାଁ, ୪/୫ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ୨ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି | ଏଥିରେ ନିର୍ବାଚନ ସମୟରେ ଇଭିଏମ ମେସିନ ପରିଚାଳନା ଓ ନିର୍ବାଚନୀ ସମ୍ବନ୍ଧୀୟ କାଜଗପତ୍ର କାର୍ଯ୍ୟ ପରିଚାଳନା ଉପରେ ତାଲିମ ଦିଆଯାଇଥିଲା | ଡାବୁଗାଁ ସ୍ଥିତ ତାଲିମ କାର୍ଯ୍ୟକ୍ରମରେ ୩ ଦିନରେ ମୋଟ ୧୪୩୭ ଜଣ ପୋଲିଂ ଅଧିକାରୀ ତାଲିମ ନେଇଥିବା ବେଳେ ୧୧୬ ଜଣ ପୋଲିଂ ଅଧିକାରୀ ଅନୁପସ୍ଥିତ ଥିଲେ | ଏଥିରେ ୩ ଟି ସ୍ଥାନରେ ୯ ଟି ପ୍ରକୋଷ୍ଠ ରେ ପ୍ରିଜାଇଡିଂ, ୧ମ ପୋଲିଂ, ୨ୟ ପୋଲିଂ, ୩ୟ ପୋଲିଂ, ୪ର୍ଥ ପୋଲିଂ ଓ ୫ ମ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା | ଏହା ସହ ପୋଷ୍ଟାଲ ବ୍ୟାଲଟ ଭୋଟିଂ କରାଯାଇଥିଲା | ୩ ଦିନରେ ମୋଟ ୩୨୮ ଜଣ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ଭୋଟ ଦେଇଥିଲେ | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, କୋଷାଗୁମୁଡା ବିଡିଓ ଆଶିଷ ରଞ୍ଜନ ତ୍ରିପାଠୀ, କୋଡିଗାଁ ତହସିଲଦାର ସୁବ୍ରତ ବେହେରା, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ତହସିଲଦାର ତପନ ନାୟକ, ଡାବୁଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ, କୋଡିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ପଞ୍ଚାନନ ଦୁରିଆ ଓ ରବିନାରାୟଣ ପାଣିଗ୍ରାହୀ, ମଇଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ବାଳକୃଷ୍ଣ ବିଶୋଇ ପ୍ରମୁଖ ତାଲିମ ଦେଇଥିଲେ | ଡାବୁଗାଁ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡ଼ି ପ୍ରସାଦ ଓ ପର୍ଶୁରାମ ମାଳୀ ପରିଚାଳନା କରିଥିବା ବେଳେ ବ୍ଲକ ର କର୍ମଚାରୀ ମାନେ ସହଯୋଗ କରିଥିଲେ |    

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିକଶିତ ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ – ବିଧାୟକ ଶ୍ରୀ ତନ୍ତୀ

Sunil Chandra Nayak

ସିଆରପିଫ ୨୧୬ ବାଟାଲିୟନ ଯବାନ ମାନଙ୍କ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ 

Sunil Chandra Nayak

ଓଡ଼ିଶା ରାଜ୍ଯ ମହିଳା କମିଶନଙ୍କ ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!