ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

ନବରଙ୍ଗପୁର:(୫|୫)(ରବି ନାରାୟଣ ମହାନ୍ତି)ସlଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଓଡ଼ିଶା ଅବକାରୀ ଆୟୁକ୍ତ ନରସିଂହ ଭୋଳ ଓ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅବକାରୀ ବିଭାଗର ନବରଙ୍ଗପୁର ଜିଲ୍ଲା ଅବକାରୀ ନୀରିକ୍ଷକ ଭ୍ରାମ୍ୟମାଣ ଏବଂ ୟୁନିଟ୍‌ ଓ ଉମରକୋଟ ଓଆଇସି ଓ ଷ୍ଟାଫ ମାନଙ୍କ ସହ ସନ୍ଧ୍ୟା ସମୟରେ ଥାଟବେଡା ଅଂଚଳରେ ପ୍ରହରା କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଚଚା ପଟୁ ଝରିଗାଁ ଆଡ଼କୁ ଆସୁଥିବା ଏକ ଟାଟା ଟ୍ରକ୍ କୁ ଥାଟବେଡା ଛକରେ ସନ୍ଦେହ ହେବାରୁ ଅଟକାଇ ମହୁଲ ବାସ୍ନା ହେଉଥିବାରୁ ବିଧିମତେ ତଲାସ କରିବାରୁ ଟ୍ରକ୍ ମଧ୍ୟରୁ ୫୦୦ ମହୁଲ ବସ୍ତା ଜବତ ହୋଇଥିଲା। ଜବତ ମହୁଲ ର କୌଣସି କାଗଜ ପତ୍ର ଦେଖେଇ ପାରିନଥିଲେ ଡ୍ରାଇଭର ।ଜବତ ବସ୍ତା ର ମୋଟ ପରିମାଣ ୧୭୫୦୦ କିଗ୍ରା ଜବତ ମହୁଲ ର କୌଣସି କାଗଜ ପତ୍ର ଦେଖେଇ ନ ପାରିବାରୁ ଦୁଇ ଜଣକୁ ଗିରଫ କରି ମାନ୍ୟବର କୋର୍ଟ କୁ ଚାଲାଣ କରାଯାଇଥିଲା । ଡ୍ରାଇଭର ମହେଶ୍ୱର କୁମାର ନାଗେଶ ଓ ହେଲ୍ପର ଭୂପେନ୍ଦ୍ର ଧୃୱ୍ ଡ୍ରାଇଭର ଓ ହେଲପର ହେଲେ ଛତିଶଗଡ଼ ରାଜ୍ୟର ଗରିଆବନ୍ଦ ଜିଲ୍ଲା ର ବୃନ୍ଦାବନଗଡ ଅଞ୍ଚଳ ର ବୋଲି ଜଣାପଡ଼ିଛି । ଜବତ ମହୁଲ କୁ ଉମରକୋଟ ର ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି କୁ ଜିମା ରେ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ କହିବାନୁସାରେ ମହୁଲ ବେଆଇନ ବାଝେଇ ଟ୍ରକ୍ ଛତିଶଗଡ ରାଜ୍ୟ କୁ ଯାଉଥିଲା ଟ୍ରକ୍ ଟି କୁ ଜବତ କରି ଉମରକୋଟ ଅବକାରୀ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ଏହାର ତଦନ୍ତ ଚାଲିଛି । ଜବତ ମହୁଲ ର ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏତେ ପରିମାଣରେ ମହୁଲକୁ ଜବତ କରିବା ଉମରକୋଟ ଅବକାରୀ ବିଭାଗର ଏକ ସର୍ବ କାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ଏହି ଚଢ଼ାଉ ବେଳେ ନବରଙ୍ଗପୁର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟର ଇନ୍ସପେକ୍ଟର ବି. ମଣ୍ଡଳ, ଏସ.ଆଇ ବିଙ୍ଗରାଜ ଦାମୀ , ମୋବାଇଲ ୟୁନିଟ, ଉମରକୋଟ ଅବକାରୀ ଇନ୍ସପେକ୍ଟର ରଂଜୁଲତା ବାରିକ, ଅବକାରୀ ଥାନାର ଓଆଇସି ତିଳକ ରାମ ନାୟକ, ଉମରକୋଟ ଅବକାରୀ ଥାନାର ଏଏସଆଇ ମାଖନ ହାଲଦାର, ଅବକାରୀ କନେଷ୍ଟବଲ ସୁବାଷ ଗୌଡ଼, ଦେବାଶିଷ ଦାସ, ଅନନ୍ତ ମଲିକ, ପ୍ରସାଦ ବଳବନ୍ତ ର।ୟ, ମହେନ୍ଦ୍ର ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

ଦୁଷ୍କର୍ମ କାରି ଜେଲ ଗଲେ 

Sunil Chandra Nayak

ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ

masiha

Leave a Comment

error: Content is protected !!