ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ସାମ୍ବାଦିକ ସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ ,ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ପ୍ରତି ନୀଳଗିରି ପୋଲିସ ର ବର୍ବରୋଚିତ ନିର୍ଯ୍ୟାତନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି

ଭବାନିପାଟଣା -:     ନିୟମିତ ଭାବରେ ଆମ ରାଜ୍ୟ ଓ ଦେଶରେ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ହୋଇଚାଲିଛି ଏପରିକି ରାଜ୍ୟ ସରକାରଙ୍କ ପୋଲିସ ମଧ୍ଯ ନୀଳଗିରି କନକ ଟିଭି ସାମ୍ବାଦିକ ଙ୍କୁ ଅକଥନୀୟ ଅତ୍ୟାଚାର ସହ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଥିବା ସମୟରେ ତାଙ୍କ ଗୋଡ ରେ ବେଢ଼ି ପକାଇ ଥିବା ଘଟଣା ସମଗ୍ର ସାମ୍ବାଦିକ ମାନଙ୍କ ପାଇଁ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସରକାରୀ କଳ ର ଆକ୍ରମଣ ନିନ୍ଦନୀୟ ଘଟଣା । ଏହାର ପ୍ରତିବାଦ ରେ ଜିଲ୍ଲା ର ସାମ୍ବାଦିକ ସଂଘ ସମୂହ ତରଫରୁ ଗତ କାଲି   ସ୍ଥାନୀୟ ଅମଲା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ମାନଙ୍କ ତରଫରୁ  ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ପ୍ରତି ନୀଳଗିରି ପୋଲିସ ର ବର୍ବରୋଚିତ ନିର୍ଯ୍ୟାତନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କୁ ଶାଣିତ କରିବା କୁ ନିଷ୍ପତି ନିଆ ଯାଇଥିଲା ।ବୈଠକ ରେ ବରିଷ୍ଠ ସାମ୍ବାଦିକ ମାନଙ୍କ ନିଷ୍ପତ୍ତି ଆସନ୍ତା ସୋମବାର ଦିନ ମହାମହିମ ରାଷ୍ଟ୍ରପତି, ମହାମହିମ ଓଡିଶା ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ସହ ପ୍ରତ୍ୟେକ ବ୍ଲକ ରେ ସ୍ମାରକପତ୍ର ଦେବା ଓ ଦୋଷୀ ମାନଂକ ବିରୋଧରେ ଦୃଢ଼ ଗ୍ରହଣ କରିବାକୁ ନେଇ ଦାବିପତ୍ର ଦିଆଯିବ। ପାଇଁ ସ୍ଥିର କରାଯାଇଥିଲା । ମ ନି ସ

 

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଅକ୍ଷୟ ତୃତୀୟା

କଳାହାଣ୍ଡି ରେ ଲୋପ ପାଇଯାଇଥିବା କଫି ଚାଷକୁ ପୁନଃ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ

Sunil Chandra Nayak

ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!